csstore

ଅଜିତ ମହାନନ୍ଦ ହେଲେ ଓଡିଶା ରାଜ୍ୟ ଛାତ୍ର ସମ୍ପାଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଛାତ୍ର କଂଗ୍ରେସ ସଭାପତ୍ରି ନିରଜ କୁନ୍ଦନଙ୍କ ଅନୁମୋଦନ କ୍ରମରେ ବଲାଙ୍ଗିର ଛାତ୍ର କଂଗ୍ରେସର ସଦସ୍ୟ ଅଜିତ ମହାନନ୍ଦ ଓଡିଶା ରାଜ୍ୟ ଛାତ୍ର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଏହି ଅବସରରେ ଅଜିତ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ସୋନିୟା ଗାନ୍ଧୀ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର ଅଖିଳ ଭାରତୀୟ ଛାତ୍ର କଂଗ୍ରେସ ସଭାପତି କିରଜ କୁନ୍ଦନ, ସଂପାଦକ ରୋଶନ ଲାଲ ବିଟ୍ଟୁ, ଓଡିଶା ରାଜ୍ୟ ଛାତ୍ର ସଭାପତି ୟାଷିର ନବାଜଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଖବର ପ୍ରକାଶିତ ହେବା ପରେ ଅଜିତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି ।

jayashree
Leave A Reply

Your email address will not be published.