csstore

ସାଙ୍ଗରେ ଆସିଥିବା ଯୁବକ ରକ୍ତ ଦେଲେ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବର୍ତ୍ତମାନ କରୋନା ଟୀକାକରଣ ଚାଲିଥିବା ଯୋଗୁଁ ରକ୍ତଦାତାଙ୍କ ଘୋର ଅଭାବ ଦେଖାଦେଉଛି । ପୂର୍ବରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକା ଦିଆଯାଉଥିଲା କିନ୍ତୁ ବର୍ତ୍ତମାନ ୧୮ ବର୍ଷରୁ ୪୪ ବର୍ଷ ବୟସର ବ୍ୟକ୍ତି ମାନଙ୍କୁ ଟୀକା ଦିଆଚାଲିଛି । ଟୀକା ଦେବାର ଅନ୍ତତଃ ୧୪ଦିନ ପରେ ଜଣେ ରକ୍ତ ଦେଇପାରିବେ ବୋଲି କୁହାଯାଉଛି । ଯୁବପିଢ଼ି ସଦାସର୍ବଦା ରକ୍ତ ଦେବାକୁ ଆଗଭର ହୋଇଥାନ୍ତି ହେଲେ ଟୀକାକରଣ ଚାଲିଥିବାରୁ ରକ୍ତ ମିଳିବା କଷ୍ଟକର ହୋଇପଡିଛି । ଆଜି କଣ୍ଟାବାଞ୍ଜି ଡାକ୍ତରଖାନାରେ ଦୁଇଜଣ ରୋଗୀଙ୍କୁ ରକ୍ତର ଜରୁରୀ ଆବଶ୍ୟକ ପଡିଥିଲା । ଖୁଟୁଲୁମୁଣ୍ଡା ଗ୍ରାମର ସମାଜସେବୀ କୈଳାଶ ସଗ୍ରିଆ ଜୁନିୟର ରେଡକ୍ରସ ପରାମର୍ଶ ଦାତାଙ୍କୁ ଯୋଗାଯୋଗ କରିଥିଲେ । ବହୁତ ବୁଝେଇବାପରେ ରୋଗୀଙ୍କ ସାଙ୍ଗରେ ଆସିଥିବା ଗୁଡିଘାଟ ପଞ୍ଚାୟତର ବିଜାମାଲ ଗ୍ରାମର ଅବିନାଶ ବଏ ବି ପଜିଟିଭ ରକ୍ତ ଦେଇଥିଲେ ଏବଂ ତାହା ରକ୍ତଭଣ୍ଡାରରେ ବଦଳକରି ଓ ପଜିଟିଭ ରକ୍ତ ଗୁଡିଘାଟ ଗ୍ରାମର ମିଥିଳା ମହାନନ୍ଦଙ୍କୁ ଦିଆଯାଇଥିଲା ଠିକ୍‌ ସେହିପରି ବଙ୍ଗୋମୁଣ୍ଡା ବ୍ଳକର ଚୁଲିଫୁଙ୍କା ଗ୍ରାମର ଖୁସିରାମ ପୁଟେଲ ବି ପଜିଟିଭ ରକ୍ତ ତୁରେକେଲା ବ୍ଳକର ଟିକ୍ରାପଡାର ଜ୍ୟୋତ୍ସ୍ନା ପୁଟେଲଙ୍କୁ ଦେଇଥିଲେ । ଉଭୟ ରକ୍ତଦାତା ପ୍ରଥମ ଥର ରକ୍ତଦାନ କରିଥିବାରୁ ଶ୍ରୀ ଦାଶ ଉଭୟଙ୍କୁ ସାଧୁବାଦ ଜଣାଇଥିଲେ ।ପରିଶେଷରେ ଯେଉଁମାନେ ଟୀକା ନେଇ ନାହାନ୍ତି କିମ୍ବା ଟୀକା ନେବାପରେ ସମୟ ହୋଇଯାଇଛି ସେମାନେ ପୁଣି ରକ୍ତ ଦେବାକୁ ଆଗେଇ ଆସିବାକୁ ଶ୍ରୀ ଦାଶ ଅନୁରୋଧ କରିଥିଲେ । ରକ୍ତ ସଂଗ୍ରହରେ ରକ୍ତ ଭଣ୍ଡାରର ପ୍ରଶାନ୍ତ ସାହୁ, କୁନାଲ ଦାସ, ଶିବ ସାହୁ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.