oom

ଉତ୍କଳ ସେବକ ସମାଜ ପକ୍ଷରୁ ଏଡସ୍‌ ରୋଗୀଙ୍କୁ ଟୀକାକରଣ ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ବରକାନୀ ଗ୍ରାମରେ ଓଡିଶା ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତି ଉତ୍କଳ ସେବକ ସମାଜ ଦ୍ୱାରା ପରିଚାଳିତ ଲିଙ୍କ ୱାର୍କର ସ୍କିମ ପ୍ରକଳ୍ପ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଚଆଇଭି ସଂକ୍ରମିତ ଭାଇ ଓ ଭାଉଣୀ କୋଭିଡ ଭେକସିନ ନେଇ ମହାମାରୀରୁ ରକ୍ଷା ପାଇବାକୁ ସଚେତନ କରିଥିଲେ । ଏଚଆଇଭି ସଂକ୍ରମିତ ଭାଇ ଭଉଣୀ ମାନଙ୍କୁ ରାସନ କିଟ୍‌, ସାନିଟାଇଜର ଓ ମାସକ ବଣ୍ଟନ କରିଥଲେ । ଅବହେଳିତ ମାନଙ୍କୁ ଶ୍ରୀ ବିଧାୟକ ସାଧାନୁସାରେ ସହ ଯୋଗ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରା, ଠେମରା ପଂଚାୟତ ସରପଂଚଙ୍କ ପ୍ରତିନିଧି ଲକ୍ଷ୍ମୀକାନ୍ତ ବାଗ, ମୁରିବାହାଲ ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ବେଲାର ସେନ୍‌ ବେହେରା, ଝରିଆଲ ପଂଚାୟତ ସରପଂଚଙ୍କ ପ୍ରତିନିଧି ଗୋପୀନାଥ ସାହୁ, ପୂର୍ବତନ ସରପଂଚ ରାଧାମୋହନ ବେହେରା, ପୂର୍ବତନ ସମିତି ସଭ୍ୟ ଗଣେଶ୍ୱର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥଲେ । ଉକ୍ରଳ ସେବକ ସମାଜର ଜିଲ୍ଲା ସଂଯୋଜକ ମହେନ୍ଦ୍ର ନନ୍ଦ ସଂଯୋଜନା କରିଥିଲେ । ଉକ୍ରଳ ସେବକ ସମାଜର କର୍ମୀ ଜିତେନ୍ଦ୍ର ସାଗର, ପ୍ରବାସ ନାଗ, ରାଜେନ୍ଦ୍ର ସାହୁ, ରସିକ ବାହ, ରଜନୀ ଜାନୀ, ଭୀଷ୍ମ ବାରିକ, ଟିପୁନ ଠେଲା, ଜିତେନ୍ଦ୍ର ବାଗ, ଦିବାକର ମେହେର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.