ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ : ସୁଶୁାନ୍ତ ସିଂ, ଅତନୁ ସବ୍ୟସାଚୀ ନାୟକ, ଚନ୍ଦ୍ରସାରଥୀ ବେହେରା ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ୨ଟି ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବିଭିନ୍ନ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି । ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଛି । ୩୦ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନୁଗୁଳ-ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର-ପ୍ରତାପ କେଶୋରୀ ଦେବ, ବରଗଡ଼-ସୁଧୀର ସାମଲ, ଭଦ୍ରକ-ପ୍ରଣବ ବଳବନ୍ତାରୟ, ସୁଶୁାନ୍ତ ସିଂ ଉଭୟ ବଲାଙ୍ଗିର ଓ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବାକୁ ଥିବା ବେଳେ ବୌଦ୍ଧ-ସୌଭାଗ୍ୟ ନାୟକ, କଟକ-ଉଷା ଦେବୀ, ଢେଙ୍କାନାଳ-ବିଜୟ ନାୟକ, ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ଗଞ୍ଜାମ-ପ୍ରଫୁଲ ମଲ୍ଲିକ, ଜଗତସିଂହପୁର-ସମୀର ରଞ୍ଜନ ଦାସ, ଯାଜପୁର-ଅଶୋକ ପଣ୍ଡା, ଝାରସୁଗୁଡ଼ା-ସୁବାଷ ସିଂହ, କଳାହାଣ୍ଡି-ନବ ଦାସ, କନ୍ଧମାଳ-ପ୍ରତାପ ଜେନା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ପ୍ରଣବ ପ୍ରକାଶ ଦାସ ଦାୟିତ୍ୱ ତୁଲାଇବାକୁ ଥିବା ବେଳେ ଖୋର୍ଦ୍ଧା-ପ୍ରମିଳା ମଲ୍ଲିକ, କୋରାପୁଟ ଓ ମାଲକାନଗିରି- ଚନ୍ଦ୍ରସାରଥୀ ବେହେରା, ନବରଙ୍ଗପୁର-ତୁଷାରକାନ୍ତି ବେହେରା, ନୟାଗଡ଼-ପଦ୍ନନାଭ ବେହେରା, ନୂଆପଡ଼ା- ଦିବ୍ୟଶଙ୍କର ମିଶ୍ର, ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମ୍ବଲପୁର-ନଳିନୀକାନ୍ତି ପ୍ରଧାନ, ସୋନପୁର-ପ୍ରଦୀପ ଅମାତ, ସୁନ୍ଦରଗଡ଼-ପ୍ରୀତିରଞ୍ଜନ ଘଡାଇ ।

Leave A Reply

Your email address will not be published.