oom

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଦ୍ୱାଦଶ ଦିବସରେ ସୃତିସଭା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ବାଦପଲ୍ଲୀ ଗ୍ରାମ ଠାରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସ୍ୱର୍ଗତ ଇଂ ଅଶୋକ କୁମାର ପାହାନଙ୍କ ଦ୍ୱାଦଶ ଦିବସରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଅନୁସୂଚିତ ଜାତି ଭାଜପା ରାଜ୍ୟ ସମ୍ପାଦକ କୀର୍ତ୍ତନ ଦାସଙ୍କ ପୌରହିତ୍ୟରେ ଏକ ସୃତି ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗଞ୍ଜାମ ଜିଲ୍ଲା ବଲ୍ମୀକି କୂଳ ମହାସଂଘ ସଭାପତି ଶୁନ୍ୟଚନ୍ଦ୍ର ଦାସ, ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ହିନ ନାହାକ, ମହୁରୀ ତାଲୁକା ସମ୍ପାଦକ ରାମହାରି ରାମହରି ଦାସ, ପାଲୁରୁ ତାଲୁକା ସଭାପତି ଗୋବର୍ଦ୍ଧନ ପାହାନ, ପୂର୍ବଖଣ୍ଡ ସଭାପତି ରବିନ୍ଦ୍ର ଦାସ, ଗଞ୍ଜାମ ଜିଲ୍ଲା ଉପସଭାପତି ଅମର ନାହାକ, ଲକ୍ଷ୍ମୀ ଚରଣ ପାହାନ, ପର୍ଶୁରାମ ଦାସ, ରବିନ୍ଦ୍ର ଦାସ, ରବିନ୍ଦ୍ର ନାହାକ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇ ସ୍ୱର୍ଗତ ସହକାରୀ ଯନ୍ତ୍ରୀଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସୃତିଚାରଣ କରିଥିଲେ । ମାତା କମଳା ପାହାନ, ସହଧର୍ମିଣୀ ସଂଗୀତା ପାହାନ, ପୁତ୍ର ଅଶ୍ମିନି, କନ୍ୟା ତ୍ରିଶା, ଭାଇ ଆଲୋକ, ଭଉଣୀ ମମତା ଓ ଜୟନ୍ତୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ବହୁ ଆତ୍ମୀୟ ସ୍ୱଜନ, ପ୍ରିୟ ପରିଜନ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.