ଦେଓଗାଁ ସିଏଚସିରେ ଆରମ୍ଭ ହେଲା ୧୮ରୁ ୪୪ବର୍ଗର ଟୀକାକରଣ : ପ୍ରଥମ ଦିନରେ ଟୀକା ନେଲେ ୧୪୦ଜଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ଦିନରୁ ଯୁବ (୧୮ରୁ ୪୪) ବର୍ଗର ଲୋକଙ୍କୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମୋଟ ୧୫୦ଙ୍କୁ ଟୀକା ଦେବାକୁ ପ୍ରସ୍ତୁତ କରାଯାଇଥିଲା । ଏହା ମଧ୍ୟରୁ ୭୫ଜଣ ପୂର୍ବ ଦିନରୁ ସ୍ଲଟ ବୁକିଂ କରିଥିଲେ । ହେଲେ ସେମାନଙ୍କ ମଧ୍ୟ ୧୦ଜଣ ଟୀକା ନେବାକୁ ପହଞ୍ଚି ପାରିନଥିଲେ । ଅନ୍ୟ ୭୫ଜଣ ସିଧାସଳଖ ସିଏଚସିରେ ପଞ୍ଜିକରଣ କରି ଟୀକା ନେଇଛନ୍ତି । ଏଭଳି ଭାବେ ଆଜି ପ୍ରଥମ ଦିନ ୧୪୦ ଜଣଙ୍କୁ ଟୀକା ଦିଆଯାଇଥିବା ଜଣାପଡିଛି । ପ୍ରତିଦିନ ଯୁବ ବର୍ଗଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.

18 − twelve =