ବିଶ୍ୱ ଟେଷ୍ଟ ଚାମ୍ପିୟନସିପ : ଚତୁର୍ଥ ଦିନରେ ବି ବର୍ଷା ସାଜିଲା ବାଧକ

  • ଆଜିର ମ୍ୟାଚ୍ ଆରମ୍ଭ ନ ହୋଇ ଷ୍ଟାମ୍ପସ୍

ସାଉଥମ୍ପଟନ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଲଗାତାର ଭାବେ ବର୍ଷା ସାଜିଛି ବାଧକ । ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯାଉଥିବା ଏହି ବଡ ମୁକାବିଲାର ଆଜି ଚତୁର୍ଥ ଦିନ ଥିବା ବେଳେ ଆଜି ମଧ୍ୟ ବର୍ଷା କାରଣରୁ ମ୍ୟାଚ୍ ଖେଳାଯାଇ ପାରି ନାହିଁ । ୪ଦିନ ମଧ୍ୟରୁ ମାତ୍ର ଦେଢ ଦିନ ଖେଳ ସମ୍ଭବ ହୋଇପାରିଛି । ବର୍ଷା ପାଗକୁ ନଜରରେ ରଖି ଜୁନ୍ ୨୩ ତାରିଖକୁ ରିଜର୍ଭ ଡେ ରଖିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ କାଉନସିଲ୍ । କିନ୍ତୁ ଏ ପର୍ଯ୍ୟନ୍ତ ମ୍ୟାଚକୁ ଦେଖିଲେ ରିଜର୍ଭ ଡେ’ର ବ୍ୟବହାର ସମ୍ଭାବନା କମ ଥିବା ପରିଲକ୍ଷିତ ହେଉଛି । ଆଜିର ମ୍ୟାଚ ଷ୍ଟମ୍ପସ୍ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ୍ ମ୍ୟାଚ୍ ଡ୍ର ହେବା ସୁନିଶ୍ଚିତ । ଆଉ ଯଦି ଏପରି ହୁଏ, ତେବେ ଭାରତ ଏବଂ ନ୍ୟୁଜିଲାଣ୍ଡ ଉଭୟ ଦେଶକୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଯୁଗ୍ମ ବିଜେତା ଘୋଷଣା କରାଯିବ ।

Leave A Reply

Your email address will not be published.

twelve − 3 =