ସାବାସ ସାଇଚନ୍ଦନ ସାବାସ : ୯ ବର୍ଷ ବୟସରେ ଚିତ୍ର ମାଧ୍ୟମରେ କରୋନା ସଚେତନତା ସୃଷ୍ଟି ସହ ଗଛର ଯତ୍ନ ନେଉଛନ୍ତି ସାଇ ଚନ୍ଦନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ଯୋଗୁଁ ସ୍କୁଲ କଲେଜରେ ପାଠ ପଢା ଠପ୍‌ ହୋଇପଡିଛି । ଯାହା ଫଳରେ ଅନେକ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ପାଠ ପଢୁଛନ୍ତି । ହେଲେ ସ୍କୁଲ ବନ୍ଦ ଯୋଗୁଁ ଜଣେ ୯ ବର୍ଷର ପିଲା ଚିତ୍ର ଅଙ୍କନ ମାଧ୍ୟମରେ କରୋନା ସଚେତନତା କରୁଥିବା ବେଳେ ପାଠ ପଢା ସାଙ୍ଗକୁ କିଛି ସମୟ ବାହାର କରି ଗଛ ଲଗାଇ ଗଛର ଯତ୍ନ ନେବା ସହ ଗଛରେ ପାଣି ଦେଉଥିବା ଦେଖିବାକୁ ମିଳିଛି । ଏଭଳି ଜଣେ କୁନି ଛାତ୍ର ହେଉଛନ୍ତି ସେଣ୍ଟ ଜାଭିୟର୍‌ ପବ୍ଲିକ ସ୍କୁଲ୍‌ର ୪ କ୍ଲାସ୍‌ ଛାତ୍ର ସାଇଚନ୍ଦନ ମହାନ୍ତି । ଏମିତି ବି କିଛି କୁନି ପ୍ରତିଭା ଅଛନ୍ତି, ଯିଏ ଖେଳ କୁଦକୁ ଭୁଲି ଗଛ ପତ୍ରକୁ କରିଛନ୍ତି ନିଜର । ଖେଳନା ବଦଳରେ ଗଛକୁ କରିଛନ୍ତି ଆଦର, ସକାଳ ହେଉ କି ସନ୍ଧ୍ୟା ଗଛର ଯତ୍ନ ନେଉଛନ୍ତି । ଗଛ ସହ କଥା ହେବା ସହ ଗଛ ଗୁଡ଼ିକ ଆହୁରି ସୁନ୍ଦର୍ ହେବ କେମିତି, ତାକୁ ନେଇ କରୁଛନ୍ତି ରକ୍ଷଣା ବେକ୍ଷଣ । ଛୋଟ ବେଳୁ ନିଜ ମାଆ ନାରୀ ଶକ୍ତି ଫାଉଣ୍ଡେସନର ସମ୍ପାଦିକା ନୂତନ ଦାସଙ୍କ ସହ ମିଶି ଗଛ ପତ୍ରର କରୁଛନ୍ତି ଦେଖା ରେଖା । ତାଙ୍କର ଏଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପ୍ରଶଂସା ମଧ୍ୟ ମିଳୁଛି । ଇଚ୍ଛା ଥିଲେ ଜଣେ ମଣିଷ ପାଇଁ ସବୁ ସମ୍ଭବ ହୋଇପାରେ । ଜଣେ ଛୋଟ ପିଲାର ଗଛ ପ୍ରତି ଏତେ ଆଦର ରହିଥିବା ବେଳେ ଭଲ ଭଲ ଚିତ୍ର ଅଙ୍କନ କରି ମନକୁ ବେଶ ଉତ୍ସାହିତ କରୁଥିବା ମଧ୍ୟ ଦେଖାଦେଇଛି । ତାଙ୍କର ଏଭଳି ସଚେତନତା ବାର୍ତାକୁ ନେଇ ‘ସାବାସ ସାଇଚନ୍ଦନ ସାବାସ’ ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ । ତାଙ୍କର ଅନେକ ଇଚ୍ଛା ରହିଛି ଓ ଘରେ ଥାଇ ମଧ୍ୟ ସଚେତନତା ଅଭିଯାନ କରୁଥିବା ବେଳେ ଅନେକ ପ୍ରଂସଶାର ପାତ୍ର ମଧ୍ୟ ହୋଇପାରିଛନ୍ତି ।

Leave A Reply

Your email address will not be published.

four × 1 =