oom

ରମ୍ଭାରେ ଯୋଗ ଦିବସ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହରର ଦଳବେହେରା ମାର୍କେଟ କମ୍ପ୍ଲେକ୍ସ ପରିସରରେ ପବିତ୍ର ସପ୍ତମ ବିଶ୍ୱ ଯୋଗ ଦିବସ ଅବସରରେ ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋ-କଲ୍ୟାଣ ସମିତି ଓ ପତଞ୍ଜଳି ଯୋଗ ଶିବିର ରମ୍ଭା ଓ ଲଣ୍ଡନ କିଡ଼ସ ଶିକ୍ଷନୁଷ୍ଠାନର ମିଳିତ ସହଯୋଗରେ ଗଞ୍ଜାମ ବ୍ଲକ ସ୍ତରୀୟ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ଶ୍ରୀମତୀ ରଶ୍ମିତା ଜେନା ମୁଖ୍ୟ ଅତିଥି, ରମ୍ଭା ଏନଏସିର ପ୍ରାକ୍ତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଓ ପତଞ୍ଜଳି ଯୋଗଗୁରୁ ରବୀନ୍ଦ୍ର ବେହେରା ସାମ୍ମନିତ ଅତିଥି ଭାବେ ଯୋଗଦେଇ ଯୋଗ ହିଁ ସମଗ୍ର ବିଶ୍ୱକୁ ଭାରତର ଅବଦାନ ବୋଲି କହିଥିଲେ । ଯୋଗ ଦ୍ୱାରା ଅସାଧ୍ୟ ରୋଗ ଭଲ ହୁଏ ଏବଂ ମନୁଷ୍ୟ ସୁସ୍ଥ ଓ ନିରୋଗ ରହିପାରେ ବୋଲି ଅତିଥିମାନେ କହିଥିଲେ । କାଳିଆ ମହାରଣା ଓ ଅକ୍ଷୟ କୁମାର ସୁବୁଦ୍ଧି ଯୋଗ ଶିକ୍ଷାଦନ କରିଥିଲେ । ଆଜିର ଏହି ଶିବିରରେ ପବନମୁକ୍ତାସନ, ମାର୍କଟାସନ, ଭୁଜଙ୍ଗାସନ, ସବାସନ, ସର୍ବାଙ୍ଗାସନ, ହଳାସନ ପରି ବିଭିନ୍ନ ଆସନ ଓ ଭସ୍ତ୍ରୀକା, କପାଳଭାତୀ, ଭ୍ରମରି, ଉଜାଇ ଓ ଅନୁଲମ୍ବ ବିଲମ୍ବ ପରି ପ୍ରାଣାୟାମ ଯୋଗ ଶିକ୍ଷାଦନ ଦିଆଯାଇଥିଲା । ଏହି ଯୋଗ ଶିବିରକୁ ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋ କଲ୍ୟାଣ ସମିତିର ପଞ୍ଚାନନ ଖଟୁଆ, ଲଣ୍ଡନ କିଡ଼ସର ଈଶ୍ୱର ବେହେରା, ମହେଶ୍ୱର ବେହେରା, ରାଜକିଶୋର ମହାରଣା ପରିଚାଳନା କରିଥିବା ବେଳେ ଶିକ୍ଷକ କୃଷ୍ଣଚନ୍ଦ୍ର ବେହେରା, ଶେଷ ଦେବ ବେହେରା, ତ୍ରିନାଥ ବେହେରା, ନିରଞ୍ଜନ ବେହେରା, ମହାଦେବ ବେହେରା, ଭୀମସେନ ବେହେରା, ବନବାସ ସେଠି, ଭୀମସେନ ସୁବୁଦ୍ଧି, ରଘୁନାଥ ସୁବୁଦ୍ଧି, ଟୁନୁ, ଶରତ ଚନ୍ଦ୍ର ଦାସ, ରାମଚନ୍ଦ୍ର ବାଦତ୍ୟା, ଆନନ୍ଦ ସାହୁ, ନାରାୟଣ ସାହୁ, ରାଘବ ବେହେରା ଯୋଗଦେଇ ଯୋଗ ଶିକ୍ଷା କରିଥିଲେ ।

jittmm
Leave A Reply

Your email address will not be published.