oom

ଟିଟିଲାଗଡ ବିଜେପି ତରଫରୁ ବିଶ୍ୱ ଯୋଗ ଦିବସ ପାଳିତ

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ସର୍ବତ୍ର ଅନେକ ଉତ୍ସାହର ସହିତ ଯୋଗ ଦିବସ ପାଳିତ ହୋଇଛି । ଟିଟିଲାଗଡ ନଗର ବିଜେପି ତରଫରୁ ମଧ୍ୟ ସ୍ଥାନୀୟ ଘଣ୍ଟାସୁନି ମନ୍ଦିରରେ ଅନେକ ଉତ୍ସାହର ସହିତ ଯୋଗ ଦିବସ ପାଳିତ ହୋଇଛି । ଟିଟିଲାଗଡ ନଗର ବିଜେପି ସଭାପତି ପ୍ରଶାନ୍ତ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଲାଲ ଶର୍ମା ଯୋଗ ପ୍ରଶିକ୍ଷକ ଭାବରେ ସମସ୍ତଙ୍କୁ ୨୧ରୁ ଉର୍ଦ୍ଧ୍ବ ଆସନ ଅଭ୍ୟାସ କରାଇଥିଲେ । ଏହି ଯୋଗ ଶିବିରରେ ଜିଲ୍ଲା ମିଡିଆ ପ୍ରଭାରୀ ଆଲୋକ ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ । ଏହି ଶିବିରରେ ଅଶୋକ ମିଶ୍ର, ପ୍ରଶାନ୍ତ ମହାନ୍ତି, ଲିଙ୍ଗରାଜ ନାୟକ, ରାଜୁ ରାଓ, ସୁନିଲ ଆଚାର୍ଯ୍ୟ, ଗୋପଲ କୃଷ୍ଣ ସାହୁ, ବିଶ୍ଵଜିତ ଦାସ, ଚନ୍ଦନ ପଣ୍ଡା, ଶେଖର ଦାସ, ମୋହିତ ଯାଦବ, ତୁଷାର ସାହୁ, ଦୁର୍ଗା ମହାନନ୍ଦ, ଆସିଫ ଖାନ, ତପନ ଖର୍ସେଲ, ରିକି ନାଗ, ବିନାୟକ ଶ୍ରେଷ୍ଠା, ରାଜ ମିଶ୍ର, ବିଜୟ ସାହୁ ପ୍ରମୁଖଙ୍କ ସମେତ ଅନେକ କର୍ଯ୍ୟକର୍ତା ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.