ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସାମଗ୍ର ବିଶ୍ୱରେ ଜୁନ୍ ୨୧ ତାରିଖରେ ଯୋଗ ଦିବସ ପାଳିତ ହୋଇ ଆସୁଥିବା ବେଳେ ସୁସ୍ଥତା ପାଇଁ ଯୋଗ ବାର୍ତ୍ତାରେ ଆଜି ପାଳିତ ହୋଇଛି ଆନ୍ତର୍ଜାତୀୟ ଯୋଗ ଦିବସ । ଶାରୀରିକ କ୍ରିୟାରେ ସଂହତି ଓ ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି ସହ ମାନସିକ ଦକ୍ଷତାରେ ବୃଦ୍ଧିକୁ ନେଇ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଯାଇଛି । କରୋନା କଟକଣା ମଧ୍ୟରେ ଜିଲ୍ଲାର ଥିବା ବିଭିନ୍ନ ସ୍ଥାନରେ ଯୋଗ ସଂଗଠନ ପକ୍ଷରୁ ଆଜି ବିଶ୍ୱ ଯୋଗ ଦିବସ ପାଳିତ ହୋଇଛି । ଯୋଗାଭ୍ୟାସିମାନେ ନିଜ ନିଜ ଘରେ ଯୋଗାସନ ଓ ପ୍ରାଣାୟାମ ଭଳି ଯୋଗାଭ୍ୟାସ କରିଛନ୍ତି । ଏହି ଅବସରରେ ବୀରମହାରାଜପୁର ଯୋଗ ସମିତି ପକ୍ଷରୁ ସୀମିତ ଯୋଗାଭ୍ୟାସିଙ୍କୁ ନେଇ ବିଶ୍ୱ ଯୋଗ ଦିବସ ପାଳିତ ହୋଇଛି । ଯୋଗଗୁରୁ ଦ୍ୱିତୀକୃଷ୍ଣ ପଣ୍ଡାଙ୍କ ମାର୍ଗଦର୍ଶନରେ ଯୋଗାଭ୍ୟାସିମାନେ ଯୋଗର ବିଭିନ୍ନ ଆସନ ଅଭ୍ୟାସ କରିଥିଲେ । ଜୀବନଶୈଳୀକୁ ଶୃଙ୍ଖଳିତ କରି ସ୍ୱପ୍ରତିରୋଧ ଜନିତ ରୋଗ ଇତ୍ୟାଦିର ଉପଶମ ସହ ଏକ ନିରାମୟ ଜୀବନ ପାଇଁ ନିୟମିତ ଯୋଗ ଅଭ୍ୟାସ ଆଜିର ଦିନରେ ଏକ ଜରୁରୀ ଆବଶ୍ୟକତା ବୋଲି ଯୋଗଗୁରୁ ଦ୍ୱିତୀକୃଷ୍ଣ ପଣ୍ଡା କହନ୍ତି ।

Leave A Reply

Your email address will not be published.

two × 2 =