ସାଉଥାମ୍ପଟନ୍ : ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ ମ୍ୟାଚ ଡବ୍ଲ୍ୟୁଟିସି ଫାଇନାଲରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବେଳେ ଫାଇନାଲ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ ହୋଇଯାଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜାମିନସନଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଜାମିନସନ ଏକାକୀ ୫ ଓ୍ୱିକେଟ୍ ନେଇ ନ୍ୟୁଜିଲ୍ୟାଣ୍ଡର ଟପ୍ ବୋଲର ବିବେଚିତ ହୋଇଛନ୍ତି । ମ୍ୟାଚର ପ୍ରଥମ ଦିବସ ବର୍ଷା ଯୋଗୁଁ ବାତିଲ୍ ହେବା ପରେ ଦ୍ୱିତୀୟ ଦିବସରେ ଖେଳ ଆରମ୍ଭ କରି ଭାରତ ୩ ଓ୍ୱିକେଟ୍ ହରାଇ ୧୪୬ ରନ୍ କରିଥିଲା । ହେଲେ ଆଜି ପିଚ୍ ପେସ୍ ବୋଲରଙ୍କ ପାଇଁ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ଫଳରେ ଭାରତ ତା’ର ତୃତୀୟ ଦିବସରେ ୭୧ ରନ୍ ଭିତରେ ବାକି ୭ ଓ୍ୱିକେଟ୍ ହରାଇ ଅଲ୍ ଆଉଟ୍ ହୋଇଛି । ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୪୯, ବିରାଟ କୋହଲି ୪୪ ଓ ରୋହିତ ଶର୍ମା ୩୪ ରନ କରିଥିଲେ । ଫଳରେ ଦଳ ୯୨ ଓଭର ୨ଟି ବଲ ଖେଳି ୨୧୭ ରନରେ ଅଲ ଆଉଟ ହୋଇ ଯାଇଛି ।