jayashree

ଭୋକିଲା ମାଙ୍କଡଙ୍କୁ ଖାଦ୍ୟ ଦେଲେ ପ୍ରକୃତିବନ୍ଧୁ

କଣ୍ଟାବାଞ୍ଜି, (କୈଲାଶ ସଗ୍ରିଆ) : କରୋନାର ଦ୍ୱିତୀୟ ଲହର ଯୋଗୁଁ ତାଲାବନ୍ଦୀ ସମୟରେ ବାଦ ପଡିନି ଓଡ଼ିଶାର ସୁପ୍ରସିଦ୍ଧ ଶୈବପୀଠ ହରିଶଙ୍କର । ତାଲାବନ୍ଦୀ ଯୋଗୁଁ ଦର୍ଶକ ବିନା ଖାଁଖାଁ ଲାଗୁଛି ଦର୍ଶନୀୟସ୍ଥଳୀ ହରିଶଙ୍କର । ଦର୍ଶକ ଆସୁନଥିବାରୁ ସେଠାରେ ଥିବା ମାଙ୍କଡମାନେ ଖାଇବାକୁ ନପାଇ ଭୋକଉପାସରେ ପଡି ରହିଛନ୍ତି । କେତେବେଳେ କେମିତି ଖାଇବା ପାଇଲେ ନିଜ ନିଜ ଭିତରେ ଆରମ୍ଭ ହୋଇଯାଉଛି ଗଣ୍ଡଗୋଳ । ପୂର୍ବରୁ ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସର ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ସୋସିଆଲ ମିଡିଆରୁ ଖବର ପାଇ କିଛି ଶୁଭେଚ୍ଛୁଙ୍କ ସହଯୋଗରେ ଦୁଇଥର ମାଙ୍କଡମାନଙ୍କୁ ଖାଦ୍ୟ ଯୋଗାଇଥିଲେ । ଆଜି ପୁଣି ଶ୍ରୀ ଦାଶ କିଛି ଖାଦ୍ୟ ନେଇ ହରିଶଙ୍କର ଯାଇଥିଲେ ।ଭୋକରେ ଆଉଟୁପାଉଟୁ ହେଉଥିବା ମାଙ୍କଡମାନେ କାଳବିଳମ୍ବ ନକରି ଖାଦ୍ୟତକ ଖାଇଥିଲେ । ଏସବୁ ଖବର ମିଡିଆରେ ଭାଇରାଲ ହେବାପରେ କିଛି ଶୁଭେଚ୍ଛୁ ଆସୁଛନ୍ତି ମାଙ୍କଡଙ୍କୁ ଖାଦ୍ୟ ଦେବା ପାଇଁ । ପ୍ରତିଦିନ ମାଙ୍କଡମାନଙ୍କର ଖାଦ୍ୟ ଯୋଗେଇଦେବାକୁ ସମାଜସେବୀ, ଧର୍ମପରାୟଣ ବ୍ୟକ୍ତି, ସରକାର ଓ ଜନପ୍ରତିନିଧି ମାନଙ୍କୁ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.