କଣ୍ଟାବାଞ୍ଜିରେ ହେବାକୁ ଥିବା ମିନି ଷ୍ଟାଡିୟମକୁ ଭିଡିଓ କନଫରେନ୍ସରେ ଶିଲାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଭାଗୃହ ଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ କଣ୍ଟାବାଞ୍ଜିରେ ହେବାକୁ ଥିବା ମିନିିି ଷ୍ଟାଡିୟମକୁ ଶିଲାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମଧ୍ୟାହ୍ନ ପ୍ରାୟ ୧୧.୪୫ରେ ଭିଡିଓ କନଫରେନ୍ସ ମାଧ୍ୟମରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଜ୍ଞାପିତ ଅଂଚଳ ପରିଷଦ ଅଂଚଳରେ ସାଢେ ତିନି କୋଟି ଟଙ୍କା ଦିଆଯାଇଥିବା ଘୋଷଣା ହୋଇଛି । ଯାହା ଫଲରେ କଣ୍ଟାବାଞ୍ଜି ଏନଏସି ସହ ମୁରିବାହାଲ, ବଙ୍ଗୋମୁଣ୍ଡା ଓ ତୁରେକେଲା ବ୍ଲକର ଖେଳାଳୀ ବୃନ୍ଦ ମାନେ ଏଥିରେ ଉପକୃତ ହେବେ ବୋଲି ଜଣାପଡିଛି । ଆଜି ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଫିରୋଜ ଖାଁଙ୍କ ନେତୃତ୍ୱରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ, ଉପସଭାପତି ଉମାକାନ୍ତ ସାହୁ, ରାଜେନ୍ଦ୍ର ବେହେରା, ଲାଲଚନ ପୁଟେଲ, ମନୋଜ ଚଣ୍ଡୀ, ସୁଶିଲ ଜୈନ, ଶରତ ଚନ୍ଦ୍ର ସିଂ ଭୋଇ, ରୂପେଶ ବେହେରା, ଲୋକନାଥ ପ୍ରଧାନୀ, ରାଧାକାନ୍ତ ବେହେରା, ରାଧେଶ୍ୟାମ କେତକୀ, ଦିବାକର ବାଗ, ପ୍ରେମିଶ ଚନ୍ଦ୍ର ବାଗ, ଅଶୋକ ଛୁରା ପ୍ରମୁଖଙ୍କ ସହ ବହୁ ବିଜେଡି ନେତା ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.