oom

୧୨୦ ଖଣ୍ଡ ଶାଳକାଠ ଜବତ : ଜଣେ ଗିରଫ

jsmm

ମ.ରାମପୁର, (ହେମନ୍ତ ସାହୁ) : ବେଆଇନ ଭାବେ ଘରେ ଗଚ୍ଛିତ ରଖିଥିବା ଶାଳକାଠ ଜବତ କଲା ବନବିଭାଗ । କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ବାଲସିଙ୍ଗା ଗାଁର ବୈଷ୍ଣବ ବାହୁକ ନିଜ ଘରେ ଶାଳକାଠ ରଖିଥିବା ବିଶେଷ ସୂତ୍ରରୁ ଖବର ପାଇ ନର୍ଲା ଓ ମ.ରାମପୁର ବନବିଭାଗ କର୍ମଚାରୀ ସହିତ ନର୍ଲା ଥାନା ଅଧିକାରୀ ମିଳିତ ଭାବେ ଚଢ଼ାଉ କରିଥିଲେ । ଘରେ ବେଆଇନ ଭାବେ ରଖିଥିବା ୧୨୦ ଖଣ୍ଡ ଶାଳକାଠ ଜବତ କରିବା ସହ ବୈଷ୍ଣବ ବାହୁକକୁ ଗିରଫ କରିଛି ବନବିଭାଗ । ଏହି ଚଢାଉରେ ନର୍ଲା ରେଞ୍ଜର ଗିରିଧାରୀ ନାଗ, ମ.ରାମପୁର ରେଞ୍ଜର ଅସିତ କୁମାର ଦାସ, ଫରେଷ୍ଟର ରମେଶ ଚନ୍ଦ୍ର ବାଗ, ଭରତ ବନ୍ଧୁ ଶବର, ଭବାନୀ ଶଙ୍କର ନାଏକ, ନବୀନ ମାଝୀ, ଫରେଷ୍ଟ ଗାର୍ଡ ବାଳକୃଷ୍ଣ ଜାଲ, ଦାମୋଦର ସାହୁ ସମେତ ଅନ୍ୟାନ୍ୟ ବନକର୍ମଚାରୀ ସାମିଲ ଥିଲେ ।

jittmm
Leave A Reply

Your email address will not be published.