ବଲାଙ୍ଗିର ଜିଲ୍ଲାରୁ ଆଜି ୧୮ ଆକ୍ରାନ୍ତ : ଜଣେ ମୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୧୮ଜଣ ସଂକ୍ରମିତ ହୋଇଥିବା ବେଳେ ଜଣେ ମୃତ୍ୟୁବରଣ କରିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୨ଜଣ, ବଲାଙ୍ଗିର ପୌରାଞ୍ଚଳରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା ବ୍ଲକରୁ ୩ଜଣ, ଦେଓଗାଁ ବ୍ଲକରୁ ୨ଜଣ, ଖପ୍ରାଖୋଲ ବ୍ଲକରୁ ୩ଜଣ, ଲୋଇସିଂହା ବ୍ଲକରୁ ଜଣେ, ମୁରିବାହାଲ ବ୍ଲକରୁ ୨ଜଣ, ପୁଇଁନ୍ତଳା ବ୍ଲକରୁ ଜଣେ, ଟିଟିଲାଗଡ ଗ୍ରାମାଞ୍ଚଳରୁ ଜଣେ ଓ ତୁରେକେଲା ବ୍ଲକରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୨୫୨୨ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୧୯୩୮ ଜଣ ସ୍ୱସ୍ଥ ହୋଇଥିବା ବେଳେ ୫୧୦ ଜଣ ସକ୍ରିୟ ଓ ୭୪ ଜଣ ମୃତ୍ୟୁବରଣ କରିଥିବା ସରକାରୀ ସୂଚନା ରହିଛି ।

Leave A Reply

Your email address will not be published.

eight − three =