ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ରାଇସଲ ପଦର ପଞ୍ଚାୟତ ଅମଳିପାଲି ଗ୍ରାମର ଉପେନ୍ଦ୍ର ସାହୁ(୪୬) ଛଅ ମାସ ହେଲା ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ । ତାଙ୍କର ପରିବାର କହିଲେ ଆଠ ବର୍ଷର ଗୋଟିଏ ପୁଅ ଓ ପାଞ୍ଚ ବର୍ଷର ଝିଅ ସହ ତାଙ୍କର ସ୍ତ୍ରୀ ସୁଲୋଚନା ସାହୁ(୪୦) । ଉପେନ୍ଦ୍ର ନିଜେ ଜଣେ ଟ୍ରାକ୍ଟର ଡ୍ରାଇଭର ଥିଲେ । ସେଥିରୁ ଯାହା ଉପାର୍ଜନ କରୁଥିଲେ ପରିବାର ପୋଷଣ କରୁଥିଲେ । ହଠାତ୍‌ ସେ ରୋଗରେ ପୀଡିତ ହୋଇ ବେରୋଜଗାର ହୋଇ ଦି ମୁଠା ଖାଇବାକୁ ପାଇଲେ ନାହିଁ । ଅର୍ଥ ଅଭାବରୁ ଉଚ୍ଚ ସ୍ତରୀୟ ଚିକିତ୍ସା ପାଇବାରୁ ସେ ବଂଚିତ ହେଲେ । ନିଜ ପଢିବା ବୟସରେ ମାଁଙ୍କ ସହିତ ପୁଅ ପ୍ରଣୟ ଦିନ ମଜୁରୀ କାମ କରି ଯାହା ରୋଜଗାର କରନ୍ତି ସେଥିରୁ ଔଷଧ କିଣିବା ସହ ପରିବାର ପୋଷଣ କରନ୍ତି । ଉପେନ୍ଦ୍ରଙ୍କ ପରିବାର ରହିବ ପାଇଁ ଘରଖଣ୍ଡେ ନାହିଁ, ଏମିତି କି ସରକାରଙ୍କ ରାସନକାର୍ଡରୁ ମଧ୍ୟ ସେ ବଞ୍ଚିତ । ଏହି ଖବର ପାଇ ସମାଜସେବୀ ମୁକେଶ କୁମାର ସାହୁ ଓ ସୁରେଶ ଛତ୍ରିଆ ସେମାନଙ୍କୁ ମାସକର ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ଉପେନ୍ଦ୍ରଙ୍କୁ ଉଚ୍ଚସ୍ତରୀୟ ଚିକିତ୍ସା ସହ ଘରଖଣ୍ଡେ ଓ ରାସକାର୍ଡ ପ୍ରଦାନ ପାଇଁ ସରକାର ଦୃଷ୍ଟି ଦେବାକୁ ଅନୁରୋଧ ।

Leave A Reply

Your email address will not be published.