jayashree

କରଞ୍ଜିଆ ଉପଖଣ୍ଡରେ ଆରମ୍ଭ ହେଲା ରାଜ୍ୟସ୍ୱ ରଥ

କରଞ୍ଜିଆ : କରୋନା ସମୟରେ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାରେ ପ୍ରତେକ ତହସିଲ ଅଧୀନରେ ଥିବା ଲେକମାନଙ୍କ ଘରକୁ ଯାଇ ଜମି ପଟା ସହ ବିଭିନ୍ନ ପ୍ରକାର କାଗଜପତ୍ର ଘରେ ପହଁଚିବାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ କରଞ୍ଜିଆ ଉପଖଣ୍ଡରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ରାଜ୍ୟସ୍ୱ ରଥ । ଏହି ରଥକୁ ଉଦଘାଟନ କରିଛନ୍ତି କରଞ୍ଜିଆ ଉପଜିଲ୍ଲାପାଳ ଡ଼ ରଜନୀକାନ୍ତ ବିଶ୍ୱାଳ । ଏହି ରଥ ପ୍ରତେକ ଗାଁ ଗାଁ ବୁଲି ତହସିଲ ଅଧୀନରେ ବାହାରୁ ଥିବା ବିଭିନ୍ନ କାଗଜପତ୍ର ଘରେ ପହଁଚାଇବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ।

Leave A Reply

Your email address will not be published.