ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଲପନ୍‌ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ବଦଳି

କୋଲକତା : ରାତି ଅଧିଆ ଫେରାଇ ନେଲା ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଲପନ୍‌ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ର । ଅଲପନ୍‌ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ର ସରକାରଙ୍କ କାର୍ମିକ ଓ ତାଲିମ ବିଭାଗକୁ ପଠାଯାଇଛି । ତୁରନ୍ତ ଏହି ଆଦେଶ କାର୍ଯ୍ୟକାରୀ କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ କୁହାଯାଇଛି । ମେ’ ୩୧ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଲପନ ବନ୍ଦୋପାଧ୍ୟାୟଙ୍କ ମୁଖ୍ୟ ସଚିବ ଭାବେ କାର୍ଯ୍ୟକାଳ ଚଳିତମାସ ଅର୍ଥାତ୍‌ ମେ’ ୩୧ ତାରିଖରେ ସରୁଥିଲା । ହେଲେ ୨୫ ତାରିଖରେ ମମତା ସରକାର ତାଙ୍କ କାର୍ଯ୍ୟକାଳକୁ ତିନି ମାସ ପାଇଁ ବୃଦ୍ଧି କରିଥିଲେ । ତେଣୁ କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶ ତାଙ୍କ ଉପରେ ବଡ଼ ପ୍ରଭାବ ପଡିବନି ।

Leave A Reply

Your email address will not be published.