ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲିବରେସନ୍‌ର ପ୍ରଶଂସନୀୟ କାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ କରେନା ମହାମାରୀ ପାଇଁ ଲକ୍‌ଡାନ୍‌ ସଟ୍‌ଡାଉନ ଜାରି ରହିଥିବା ବେଳେ ଅସହାୟଙ୍କ ପାଇଁ ସହାୟତାର ସାଥୀ ପାଲଟିଛି ବଲାଙ୍ଗିରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲିବରେସନ୍‌ । ପୁଇଁନ୍ତଲା ବ୍ଲକ ବୁବେଲ ଗ୍ରାମ ପଞ୍ଚାୟତର ରାଘବପାଲି ଗ୍ରାମର ପାଖାପାଖି ୭୦ ବର୍ଷର ବିଶାଖା ବାଗ ନାମକ ଜଣେ ଅସହାୟ ବୃଦ୍ଧା । ନିରାଶ୍ରୟ ଏହି ବୃଦ୍ଧାଙ୍କର ପାଖରେ ନିଜର ସମ୍ପର୍କୀୟ ଥାଇ ମଧ୍ୟ ତାଙ୍କ ପାଖରେ ଖାଇବା ପାଇଁ ଦାନା ଅଛି ନା ପିନ୍ଧିବା ପାଇଁ କନା ଅଛି ନା ରହିବା ପାଇଁ ଘର ଖଣ୍ଡିଏ ଅଛି । ସେ ସବୁଦିନ ଗାଁର ଗୋଟେ ବରଗଛ ମୂଳେ ରହନ୍ତି ବୋଲି ଖବର ପାଇ ବଲାଙ୍ଗିରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲିବରେସନ୍‌ ସଙ୍ଗେ ସଙ୍ଗେ ପୁଇଁନ୍ତଲା ବିଡିଓଙ୍କୁ ଜଣାଇଥିଲେ । ବିଡିଓ ଜାଣିବା ପରେ ତାଙ୍କ କର୍ମଚାରୀଙ୍କୁ ଫୋନ ଯୋଗେ ଯୋାଯୋଗ କରି ଅସହାୟ ବିଶାଖା ବାଗଙ୍କର ପକ୍କାଘର, ଭତ୍ତା ଏବଂ ଚାଉଳ କାର୍ଡର ବ୍ୟବସ୍ଥା ଶୀଘ୍ର କରିବା ପାଇଁ ଆଦେଶ ଦେଇଥିଲେ । ଅନୁଷ୍ଠାନର ଏଭଳି ପ୍ରଶଂସନୀୟ କାମ ପାଇଁ ସାଧାରଣରେ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.