ତାମିଲନାଡୁର ଜଣେ ନାବାଳିକାଙ୍କୁ ଉଦ୍ଧାର କରି ସଦର ପୋଲିସକୁ ଜିମା ଦେଲା ବଲାଙ୍ଗିର ବିଜୁ ଜନତା ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଯୁବ ସଭାପତି ରାଜେନ୍ଦ୍ର ହୋତାଙ୍କ ସୂଚନା ମୁତାବକ ତାମିଲନାଡୁର ଜଣେ ନାବାଳିକା(୧୭) ରେଳ ଲାଇନରେ ଚାଲି ଚାଲି ଆସି ବରକାନି ପଞ୍ଚାୟତ ନାରାୟଣପୁର ଠାରେ ଆଙ୍ଗନବାଡି ଦିଦିଙ୍କ ହେପାଜତରେ ଥିଲା । ଖବର ପାଇ ବଜେଡି ଜିଲ୍ଲା ଆଇଟି ସଂଯୋଜକ ବିଭୂତି ଭୂଷଣ ମିଶ୍ର, ଯୁବ ସମ୍ପାଦକ ଗୋବିନ୍ଦ ଶତପଥି, ରାଜ୍ୟ ଛାତ୍ର ସମ୍ପାଦକ ସୁମନ ନନ୍ଦ ନାରାୟଣପୁରରେ ପହଞ୍ଚିଥିଲେ । ଆଙ୍ଗନବାଡି ଦିଦି ଓ ଗ୍ରାମବାସୀଙ୍କ ସହଯୋଗରେ ସଦର ପୋଲିସକୁ ଡାକି ସେହି ଝିଅଙ୍କୁ ତାଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିବା ପାଇଁ ବିଜେଡ଼ି ପକ୍ଷରୁ ଅନୁରୋଧ କରାଯାଇଛି । ବଲାଙ୍ଗିର ବଜେଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣକ ସଦର ଥାନାରେ ଅଛି ଏବଂ ସେ ସଂପୂର୍ଣ୍ଣ ସୁସ୍ଥ ଅଛି ।

Leave A Reply

Your email address will not be published.