oom

କଣ୍ଟାମାଳ ବନାଞ୍ଚଳରେ ବିପୁଳ ପରିମାଣର କାଠ ଜବତ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ ବନ ବିଭାଗର ୭୨ ଜଣିଆ ଏକ ସ୍ୱତନ୍ତ୍ର ଟିମ କଣ୍ଟାମାଳ ବନାଞ୍ଚଳର ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ସହିତ ବିପୁଳ ପରିମାଣର ଅର୍ଦ୍ଧନିର୍ମିତ ଆସବାବପତ୍ର ବନ ବିଭାଗ ଜବତ କରିଛି । ବୌଦ୍ଧ ଡିଏଫଓ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗର ୩ଟି ଟିମ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆଜି ଅତର୍କିତ ଚଢ଼ାଉ କରିଥିଲେ । ଏହି ଚଢାଉରେ ଆମ୍ବପାଲି ଗ୍ରାମର ମନୋଜ ରଣାଙ୍କ ଘରୁ ସମୁଦାୟ ୧୦.୬୭ ସିଏଫଟି କାଠ, ପଲସାଗୋରା ଗ୍ରାମର କାର୍ତ୍ତିକ ବାଘଙ୍କ ଘରୁ ୨୮.୬୨ ସିଏଫଟି କାଠ, ୭ଗୋଟି ଅଧାଗଢା ଆସବାବପତ୍ର ମଲ୍ଲିକପଦର ଗ୍ରାମର ରାଜୀବ ସାହୁଙ୍କ ଘରୁ ୧୩୨.୬ ସିଏଫଟି କାଠ ଓ ୫୩ଟି ଅଧାଗଢା ଆସବାବପତ୍ର ଜବତ କରାଯାଇଛି । ଏଥିସହିତ ବିଭିନ୍ନ ପ୍ରକାରର ଆସବାବପତ୍ର ତିଆରିରେ ବିନିଯୋଗ ସରଞ୍ଜାମ ଜବତ କରାଯାଇଛି । ଯାହାରକି ଆନୁମାନିକ ମୂଲ୍ୟ ୩୦ ରୁ ୪୦ ଲକ୍ଷ ହେବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଚଢଉରେ ସହକାରୀ ବନସଂରକ୍ଷକ ରାଜେନ୍ଦ୍ର ଗୋଚ୍ଛାୟତ, ସୌମ୍ୟରଞ୍ଜନ ଗୋଚ୍ଛାୟତ, ଜିତେନ୍ଦ୍ର କୁମାର ବେହେରା, ବନାଞ୍ଚଳ ଅଧିକାରୀ ସରୋଜ କୁମାର ମିଶ୍ର, ନିହାର ରଞ୍ଜନ ମଲ୍ଲିକ, ପ୍ରଦୀପ ବେହେରା, ନାରାୟଣ ସ୍ୱାଇଁ, କ୍ଷୀରାବ୍ଧି ପ୍ରଧାନ, ଡେପୁଟି ରେଞ୍ଜର ପ୍ରଦୋଷ ମହାରଣା, ତ୍ରିଦେବ ରଥ, ସୁଶୀଳ କହଁର ଏବଂ ବୌଦ୍ଧ ବନଖଣ୍ଡର ସମସ୍ତ ଫରେଷ୍ଟର, ଗାର୍ଡ ଓ ୧୨ଜଣ ଏପିଆର ସ୍କ୍ୱାର୍ଡଙ୍କ ସମେତ ୭୨ଜଣ ସାମିଲ ଥିଲେ ।

jittmm
Leave A Reply

Your email address will not be published.