lika

ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇଲା ନାରୀ ଶକ୍ତି ଫାଉଣ୍ଡେସନ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା କାଳରେ ବଲାଙ୍ଗିର ଜିଲ୍ଲାର ରକ୍ତ ଭଣ୍ଡାର ଠାରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ବେଳେ ରକ୍ତ ନ ପାଇବାରୁ ଅନେକ ରୋଗୀ ମାନେ ହନ୍ତସନ୍ତ ହେଉଛନ୍ତି । ଯାହା ଫଳରେ ଅନେକ ରୋଗୀଙ୍କ ଜୀବନ ଯାଉଥିବା ମଧ୍ୟ ନଜରକୁ ଆସୁଛି ହେଲେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଆଗେଇ ଆସିଛି ଜିଲ୍ଲା ନାରୀ ଶକ୍ତି ଫାଉଣ୍ଡେସନ । ବର୍ତ୍ତମାନ ସମୟରେ କୋଭିଡ଼-୧୯ ପାଇଁ ସ୍ଥାନେ ସ୍ଥାନେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଛି । ଅନେକ ଡାକ୍ତରଖାନାରେ ରୋଗୀ ମାନଙ୍କ ପାଇଁ ରକ୍ତର ଅଭାବ ଦେଖାଯାଉଛି । ସେଥିପାଇଁ ରକ୍ତ ଦାନର ଆବଶ୍ୟକତା ଆହୁରି ଅଧିକ ମାତ୍ରାରେ ବଢିଯାଇଛି । ହେଲେ ଏହି ଭୟାନକ ପରିସ୍ଥିତିରେ ରକ୍ତଦାନ ପାଇଁ ଆଗକୁ ଆସିବାକୁ କେହି ମଧ୍ୟ ରାଜି ହେଉନାହାନ୍ତି । କାରଣ ସମସ୍ତଙ୍କୁ ଘାରୁଛି କରୋନା ଭୟ । ବିଗତ ଦୁଇ ଦିନ ମଧ୍ୟରେ ଗୁରୁତର ରୋଗୀମାନଙ୍କୁ ଏ ପୋଜିଟିଭ, ଏବି ପୋଜିଟିଭ, ଏବି ନେଗେଟିଭ୍‌ ଏବଂ ଓ ପୋଜିଟିଭ ରକ୍ତର ଆବଶ୍ୟକ ରହିଥିଲା ତେବେ ଖବର ପାଇବା ପରେ ନାରୀ ଶକ୍ତି ଫାଉଣ୍ଡେସନର ଉଦ୍ୟମରେ ରକ୍ତଦାତା ସୁନି ନାଏକ, ଜ୍ୟୋତ୍ସ୍ନାମୟୀ ବାଗ, ଆଶୁତୋଷ ମହାପାତ୍ର, ଦୀପକ ନନ୍ଦ, ଅଭିଳାଷ ବାଗ, ଚନ୍ଦନ ବେହେରା, ନୈମିଶ କୁମାର ବେହେରା, ଶ୍ରୀକାନ୍ତ ମହେର ପ୍ରମୁଖ ଏଭଳି ପରିସ୍ଥିତିରେ ନିର୍ଭୀକ ଭାବରେ ରକ୍ତ ଦାନ କରି ଅନେକ ରୋଗୀଙ୍କ ଜୀବନ ବଞ୍ଚାଇଥିଲେ । ସେଥିପାଇଁ ପାଇଁ ଜିଲ୍ଲା ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଧନ୍ୟବାଦ ଦେବା ସହ ଶୁଭେଚ୍ଛା ମଧ୍ୟ ଜଣାଯାଇଛି । ତେବେ ରକ୍ତ ଦାନ କରି ଅନ୍ୟଲୋକଙ୍କ ଜୀବନ ବଞ୍ଚାଇବା ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବା ବେଳେ ଏଭଳି ସ୍ଥିତିରେରେ ରକ୍ତ ଅଭାବ ଦେଖାଦେଇଥିବାରୁ ସମସ୍ତଙ୍କ ଅନୁରୋଧ ଯେ, ନିଜ ଇଚ୍ଛାରେ ଆସି ଅନ୍ୟ ଲୋକଙ୍କ ଜୀବନ ବଞ୍ଚାଇ ନିଜେ ମଧ୍ୟ ଖୁସିରେ ରହୁନ୍ତୁ । ରକ୍ତ ଦାନ ମହାପୂଣ୍ୟ ବୋଲି ନାରୀ ଶକ୍ତି ଫାଉଣ୍ଢେସନ ତରଫରୁ କୁହାଯାଇଛି ।

babaa
Leave A Reply

Your email address will not be published.