jayashree

ଦେଓଗାଁ ବ୍ଲକରେ ଅଧିକ ୩ଟି ନୂତନ ଟୀକାକରଣ କେନ୍ଦ୍ର ଖୋଲିବା ପାଇଁ ବ୍ଳକ ଅଧ୍ୟକ୍ଷାଙ୍କ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଳକ ଅଞ୍ଚଳରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ଦୃଢ଼ ପଦକ୍ଷେପ ନିଆଯାଇଛି । ରୋଗୀ ଚିହ୍ନଟ ଓ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସୋମବାର ଦିନ ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେର ବଲାଙ୍ଗିର ଜିଳ୍ଲାପାଳ ଚଞ୍ଚଳ ରାଣାଙ୍କୁ ଲିଖିତ ଭାବେ ଜଣାଇବା ସହ ଆଲୋଚନା କରିଛନ୍ତି । ଶ୍ରୀମତୀ ମେହେର କହିଛନ୍ତି ଯେ, ଦେଓଗାଁ ବ୍ଳକରେ ପୂର୍ବରୁ କେବଳ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟୀକା ଦିଆଯାଉଥିଲା । ଜନସାଧାରଣଙ୍କ ଦାବୀ ପରେ ବର୍ତ୍ତମାନ ଏହି ଟୀକାକରଣ କାର୍ଯ୍ୟକ୍ରମ ଅର୍ଜୁନପୁର ଓ ବନ୍ଧପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଚାଲୁଛି । ଲୋକଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଓ ଜୀବନ ବଞ୍ଚାଇବା ପାଇଁ ଟୀକାକରଣ ତ୍ୱରାନ୍ୱିତ ହେବା ଜରୁରୀ ହୋଇପଡ଼ିଛି । ଅନ୍ୟପକ୍ଷରେ, ଆଗାମୀ ଦିନରେ ୧୮ରୁ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଟୀକା ଦେବାର ବ୍ୟବସ୍ଥା ସରକାର କରିବାକୁ ଯାଉଥିବା ବେଳେ ଦେଓଗାଁ ବ୍ଳକର ରାମଚନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ କରୁଆଁଝର ତଥା ଗୌଡ଼ଗୋଠ ଆୟୁର୍ବେଦିକ ଡାକ୍ତରଖାନାରେ ଟୀକାକରଣ ବ୍ୟବସ୍ଥା କରାଯିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.