କରୋନାରେ ସୁନାମଧନ୍ୟ ଡାକ୍ତର କାମଦେବ ପାଢ଼ୀଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କୋରନାରେ ଆକ୍ରାନ୍ତ ହୋଇ ବହୁ ଲୋକଙ୍କ ମୃତ୍ୟୁ ହେବାରେ ଲାଗିଛି । ତହିଁରେ ସାମ୍ବାଦିକ, ଓକିଲ, ଶିକ୍ଷକ, ସମାଜସେବୀ, ବ୍ୟବସାୟୀ ଏବଂ ଡାକ୍ତର ମାନେ ମଧ୍ୟ ବାଦ ପଡିନାହାନ୍ତି । ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ବଉଳଗାଁଠାରେ ଅବସ୍ଥାପିତ ହୋମିଓପଥିକ ଡାକ୍ତରଖାନାରେ କାର୍ଯ୍ୟରତ ଜିଲ୍ଲାର ଜଣେ ସୁନାମଧନ୍ୟ ଡାକ୍ତର କାମଦେବ ପାଢ଼ୀଙ୍କ ଆଜି ଦେହାନ୍ତ ହୋଇଛି । ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡ଼ିକାଲ ସ୍ଥିତ କୋଭିଡ଼ହସ୍ପିଟାଲରେ ସେ ସ୍ୱତନ୍ତ୍ର ଭାବେ କୋଭିଡ଼ ଡ୍ୟୁଟିରେ ନିୟୋଜିତ ହୋଇ କୋଭିଡ଼ରେ ସଂକ୍ରମଣ ହୋଇ ମୃତ୍ୟୁ ବରଣ କରିଥିବା କୁହାଯାଏ । ତାହାଙ୍କ ମର ଶରୀରକୁ ଉକ୍ତ ଏମ୍‌କେସିଜି ହସ୍ପିଟାଲ ପରିସରରେ ରାଷ୍ଟ୍ରୀୟ ମର୍ୟ୍ୟଦାର ସହ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି । ତାହାଙ୍କ ବିୟୋଗରେ ଡ଼ାକ୍ତରୀ ମହଲରେ ଗଭୀର ଶୋକବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.