oom

ଲକ୍‌ଡ଼ାଉନ୍‌, ସଟ୍‌ଡାଉନ୍‌ ଓ ନାଇଟ୍‌ କର୍ଫ୍ୟୁ ସମୟରେ ପୋଲିସ୍‌ର କଡ଼ାକଡ଼ି ଯାଂଚ ନିହାତି ଆବଶ୍ୟକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସମୟରେ ପୋଲିସ୍‌ ପକ୍ଷରୁ ଚାଲିଥିବା କଡ଼ାକଡ଼ି ଯାଂଚ ପ୍ରତି କିଛି ଲୋକେ କ୍ଷୋଭ ପ୍ରକାଶ କରୁଥିବା ବେଳେ ପରିସ୍ଥିତି ଅନୁସାରେ ଏହା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହର ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଅନେକ ନିରୀହ ପ୍ରାଣ ସାଉଁଟି ନେଉଛି । ଏଭଳି ସମୟରେ ଅଯଥାରେ ଘରୁ ବାହାରି ଲକ୍‌ଡ଼ାଉନ୍‌ ଓ ସଟ୍‌ଡାଉନ୍‌ ନିୟମକୁ ଉଲଂଘନ କରୁଥିବା ଅମାନିଆଙ୍କୁ ଆକଟ କରିବା ପାଇଁ ପୋଲିସ୍‌ର ଏତାଦୃଶ ପଦକ୍ଷେପ ଗ୍ରହଣଯୋଗ୍ୟ ବୋଲି କୁହାଯାଇଛି । ସଟ୍‌ଡାଉନ୍‌ କାଳରେ ମେଡ଼ିକାଲ ଆଦି ଜରୁରୀ କାର୍ଯ୍ୟରେ ବାହାରକୁ ବାହାରୁଥିବା ବ୍ୟକ୍ତିମାନେ ଉଚିତ ପ୍ରମାଣ ପ୍ରଦାନ କଲେ ପୋଲିସ ପକ୍ଷରୁ ଅନୁମତି ପ୍ରଦାନ କରାଯାଉଥିବା ବି ନଜରକୁ ଆସୁଛି । ତେବେ ମହାମାରୀ କରୋନା ସଂକ୍ରମଣ ସମୟରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ତଥା ନାଇଟ୍‌ କର୍ଫ୍ୟୁକୁ ପାଳନ କରିବା ସହ ସରକାରୀ ଗାଇଡ୍‌ ଲାଇନ୍‌କୁ ମାନି ଚଳିବା ଦ୍ୱାରା ନିଜକୁ ସୁରକ୍ଷିତ ରଖିବା ସଂଗେ ସଂଗେ ମାନବ ସମାଜକୁ ସୁରକ୍ଷିତ ରଖାଯାଇ ପାରିବ । ଏଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ।

ଆମକୁ ମନେ ରଖିବାକୁ ହେବ, ଅତ୍ୟନ୍ତ ଜରୁରୀ ନ ହେଲେ ଘରୁ ବାହାରିବା ନାହିଁ । ସବୁବେଳେ ମାସ୍କ ପରିଧାନ କରିବା ସହ ବାରମ୍ବାର ହାତ ଧୋଇବା । ସାମାଜିକ ଦୂରତା ରକ୍ଷା କରିବା ଏବଂ ସାନିଟାଇଜର୍‌ ବ୍ୟବହାର କରିବା । କରୋନା ସଂକ୍ରମଣର କୌଣସି ବି ଲକ୍ଷଣ ଅନୁଭୂତ ହେଲେ ତୁରନ୍ତ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା । ଏହା ଦ୍ୱାରା ହିଁ କରୋନାଠୁ ନିଜକୁ ସୁରକ୍ଷିତ ରଖାଯାଇ ପାରିବ ।

jittmm
Leave A Reply

Your email address will not be published.