jayashree

ପଲ୍ଲୀ ଆଲୋକ ପାଠାଗାର ତରଫରୁ ମାସ୍କ ବଣ୍ଟନ ଓ ହାତ ଧୋଇବା ଉପରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାମାରୀ କରୋନାର ପ୍ରକୋପ ଦିନକୁ ଦିନ ଭୟଙ୍କର ଭାବରେ ବଢ଼ିବାରେ ଲାଗିବା ସହିତ ସାରା ଦେଶକୁ ଆତଙ୍କିତ କରି ରଖିଛି । ଏହି ଭୁତାଣୁ କବଳରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ନୀତିନିୟମ ନିର୍ଦ୍ଧାରଣ କରିବା ସହିତ ଅନେକ ସମୟରେ ଲକ୍‌ଡାଉନ, ସଟ୍‌ଡାଉନ ପରି ବ୍ୟବସ୍ଥା ପ୍ରଚଳନ କରୁଛନ୍ତି । ଲୋକେ କେମିତି ସୁସ୍ଥ ଓ ସୁରକ୍ଷିତ ଜୀବନ ଯାପନ କରି ପାରିବେ ସେ ଉପରେ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ ତରଫରୁ ଆଗଲପୁର ବ୍ଲକର ପଂଚାୟତ ଗୁଡିକରେ ମାସ୍କ ବଣ୍ଟନ ତଥା ହାତ ଧୋଇବା ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏଥିସହିତ କରୋନା ଟୀକା କରଣ କିଭଳି ଅଧିକରୁ ଅଧିକ ପରିମାଣରେ ହୋଇପାରିବ ସେ ନେଇ ଲୋକଙ୍କୁ ସଚେତନ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ ଓ ପ୍ରଶାନ୍ତ କୁଅଁର ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.