ସାରସ୍ୱତ ଆଲୋଚନା ଚକ୍ର ଅନୁଷ୍ଠିତ

ଡେ଼ଲାଙ୍ଗ, (ଦିଲିପ୍‌ କୁମାର ଧାଉଡ଼ିଆ) : ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ବିପ୍ଳବ ସୃଷ୍ଟି କରୁଥିବା ନିଶିଗନ୍ଧା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆଜି ଦ୍ଵିତୀୟ ରାଜ୍ୟସ୍ତରୀୟ ସାରସ୍ୱତ ଆଲୋଚନା ଚକ୍ର ସନ୍ଧ୍ୟା ୬ ଘଣ୍ଟା ସମୟରେ ଗୁଗୁଲ୍ ମିଟ୍ ଜରିଆରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସାରସ୍ୱତ ଆଲୋଚନା ଚକ୍ରରେ ଓଡିଶା ସରକାରଙ୍କ କ୍ରୀଡା ଏବଂ ଯୁବବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ଅନୁଷ୍ଠାନର ପଥପ୍ରଦର୍ଶକ ବିଶିଷ୍ଟ କବି ଶ୍ରୀଯୁକ୍ତ ପଦ୍ମନାଭ ତ୍ରିପାଠୀ ପ୍ରମୁଖ ଉଦଘାଟକ ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ସ୍ୱାରସ୍ୱତର ପ୍ରାରମ୍ଭରେ ପଣ୍ଡିତ ନାରାୟଣ ରଥଙ୍କ ଦ୍ୱାରା ଏକ ଭଜନ ପରିବେଷଣ ହୋଇଥିଲା । ସଂସଦର ସଭାପତି ଶ୍ରୀଯୁକ୍ତ ଡଃ ରଜନୀ ରଞ୍ଜନ ଦାସଙ୍କ ସଭାପତିତ୍ୱ ଅଭିଭାଷଣରେ ସାହିତ୍ୟର ବିଭିନ୍ନ ଦିଗ ଉପରେ ଅଭିମତ ରଖିଥିଲେ । ସଂସଦର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ ଅତିଥି ପରିଚୟ ପ୍ରଦାନ ଏବଂ ଧନ୍ୟବାଦ ଅର୍ପଣ କରିଥିବାବେଳେ ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ଯୁଧିଷ୍ଠିର ମୁଦୁଲି ସଂଯୋଜନା କରିଥିଲେ । ପ୍ରଥମତଃ ସମାଜର ପରିବର୍ତ୍ତନରେ ସାହିତ୍ୟର ଭୂମିକା ଶୀର୍ଷକରେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ନିଜର ବଳିଷ୍ଠ ବକ୍ତବ୍ୟ ରଖିଥିଲେ । ଦ୍ଵିତୀୟ ପର୍ୟ୍ୟାୟରେ “ରାଜନୀତିକ ପୃଷ୍ଠଭୂମିରେ ସାହିତ୍ୟ ଏକ ଅନୁଶୀଳନ ଶୀର୍ଷକ ” ଉପରେ ଓଡିଆ ଭାଷା ଆନ୍ଦୋଳନର ସଚିବ ତଥା ଗବେଷକ ଶ୍ରୀଯୁକ୍ତ ଡ଼. ସୁବ୍ରତ ପୃଷ୍ଟି ନିଜ ତଥ୍ୟଗତ ବିବରଣୀ ରଖି ଆଲୋଚନାକୁ ଯଥାର୍ଥ କରିଥିଲେ ଏବଂ ପରେ ପରେ ତୃତୀୟ ପର୍ୟ୍ୟାୟରେ ” ଆଧୁନିକ କବିତାର ଦିଗ ଓ ଦିଗନ୍ତ” ଉପରେ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପସଚିବ ତଥା ବିଶିଷ୍ଟ ସାହିତ୍ୟିକ ଡ. କୁଳମଣି ଓଝା କବି ଡ. ଅଜୟ ସ୍ୱାଇଁ ବହୁମୂଲ୍ୟ ତଥ୍ୟ ଉପସ୍ଥାପନ କରିଥିଲେ । ସମସ୍ତ ଅତୁଳନୀୟ ଶବ୍ଦ, ଭାବ, ବେଗ ତଥା ତଥ୍ୟଯୁକ୍ତ ଆଲୋଚନାର ସାରାଂଶ ସଂସଦର କାର୍ୟ୍ୟକାରୀ ସଭାପତି ଡ. ଗୀତାଶ୍ରୀ ପ୍ରିୟମ୍ବଦା ଏବଂ ଉପସଭାପତି ଶ୍ରୀ ଚିତ୍ତରଞ୍ଜନ ନନ୍ଦ ପ୍ରଦାନ କରିଥିଲେ । ଶେଷରେ ସଂସଦର ମୁଖ୍ୟ ସମ୍ପାଦିକା ଶ୍ରୀମତୀ ସରସ୍ୱତୀ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ୟ୍ୟକ୍ରମକୁ ସଂସଦର ରାଜ୍ୟ ପୃଷ୍ଟପୋଷକ କରୁଣାକର ମଲ୍ଲିକ ଆଲୋଚନାର ସାରାଂଶ ପାଠ କରିଥିଲେ । ଏହି ଆଲୋଚନା ଚକ୍ରରେ ପରିଶେଷରେ ଏକ ଅନ ଔପଚାରିକ ବାର୍ତ୍ତା ମାଧ୍ୟମରେ ପଶ୍ଚିମାଞ୍ଚଳର ବିଚାରକ କୈଳାଶ ପଟ୍ଟନାୟକ ଆଲୋଚନାରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ଡ. ସୁଷମା କର, ଡ. ସୁଧାମାୟୀ ବେହୁରା, ସହସଂଯୋଜକ ତ୍ରିନାଥ ପଟ୍ଟନାୟକ, କଲ୍ୟାଣୀ ନନ୍ଦ, ଗିରିଶ ଚନ୍ଦ୍ର ତ୍ରିପାଠୀ, ଡ଼. ନିରଞ୍ଜନ, ଡ଼. ଶିବପ୍ରିୟା ମିଶ୍ର,ଅନୁସୟା ଦେବତା, ଅର୍ଚ୍ଚନା ଦାସ, ରଶ୍ମିମୟୀ ପଟ୍ଟନାୟକ, ଡ଼. ନୀଳାଦ୍ରି ଜଗଦେବ, ଡ. ସୁମତି ସାହୁ, ସୁରମା ଦାସ, ମିନା ମୁଣ୍ଡ, ବିଜୟଶ୍ରୀ ନାଥ, ସଂଯୁକ୍ତା ପରିଡା, ତପସ୍ୱିନୀ ପଟ୍ଟନାୟକ, ବ୍ରତତୀ ପ୍ରିୟଦର୍ଶିନୀ,ଅର୍ଚ୍ଚନା ଦାସ, ଗଣେଶ କୁମାର ଜେନା, ଶ୍ରୀକାନ୍ତ ଭୋଇ, ପ୍ରଦୀପ କୁମାର ଦାସ, ହରିହର ଭୁକ୍ତା,ବନିତା ପଣ୍ଡିତ, ବସନ୍ତ କୁମାର ନାଥ, ଭଗବାନ ଓତ୍ତା, ଗଣେଶ ଚନ୍ଦ୍ର ଜେନା, ନୂଆପଡା ଜିଲ୍ଲା ଓଟିଭିର ପ୍ରତିନିଧି ମାୟାଧର ସରାଫଙ୍କ, ସମ୍ବାଦ ଏବଂ ପ୍ରମେୟର ବିଶିଷ୍ଟ ସାମ୍ବାଦିକ ଏପରିକି ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୫୦ରୁ ଉର୍ଦ୍ଧ ଅନେକ ସାହିତ୍ୟିକ ସ୍ରଷ୍ଟା ଉପସ୍ଥିତ ରହି ଆଗାମୀ ଦିନରେ ଏହିଭଳି ସାହିତ୍ୟିକ କାର୍ୟ୍ୟକ୍ରମକୁ ଆୟୋଜନ କରିବା ପାଇଁ ଆୟୋଜକକୁ ଅନୁରୋଧ କରିବା ସହ କାର୍ଯ୍ୟ କ୍ରମର ଭୁୟସୀ ପ୍ରଶଂସା କରି ଏହି ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.