ସମ୍ମାନ ସହିତ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନର ମହାମାରୀ ସମୟରେ ଶବ ମାନଙ୍କ ପ୍ରତି ଅସମ୍ମାନ ଓ ଅବହେଳା କରାଯାଇଥିବା ବେଳେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି । ବଲାଙ୍ଗିର ସ୍ଥାନୀୟ ହାତୀଶାଲ ପଡା ଶ୍ରୀରାମନଗର ନିବାସୀ ପଞ୍ଚଫୁଲ ବେହେରା(୭୫) ତାଙ୍କ ଦେହାନ୍ତ ହୋଇଯାଇଥିଲା । କରୋନା ଭୟରେ ପାଖକୁ କେହି ଆସିନଥିବା ବେଳେ ଶବ ସତ୍କାର ପାଇଁ କେବଳ ତାଙ୍କ ପୁତ୍ର ଧ୍ରୁବ ବେହେରା ଥିଲେ । ଅସହାୟର ବନ୍ଧୁ ସାଜି ମଣିଷତ୍ୱ ଦେଖାଇ ସହଯୋଗର ହାତ ବଢ଼ାଇଥିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସଂଗଠନର ସଦସ୍ୟ ମାନେ ପିପିଇ କୀଟ୍‌ ପିନ୍ଧି ସ୍ଥାନୀୟ ଆର୍‌ଟିଓ ଛକ ସ୍ଥିତ ସ୍ମଶାନ ଠାରେ ଦିନ ତମାମ ଶବ ସତ୍କାର କରିଥିଲେ । ତାଙ୍କ ପୁତ୍ର ଧ୍ରୁବ ବେହେରା ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.