୫ ଦୋକାନ ସିଲ କଲା ପୁଲିସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଉଗ୍ରରୂପ ଧାରଣ କରୁଥିବା ବେଳେ ସରକାରଙ୍କ ପକ୍ଷରୁ ସଂକ୍ରମିତ ରୋକିବା ପାଇଁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ ଓ ସଟ୍‌ ଡାଉନ ଜାରୀ ରହିଛି । ସେଥିପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକନକୁ ଛାଡିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିଦ୍ଦେର୍ଶ ରହିଛି । କିନ୍ତୁ ଆଜି ସକାଳ ୧୦.୩୦ରେ ଡେଲାଙ୍ଗରେ ପାନ, ଲସି, ପୁଜା ସାମଗ୍ରୀ ଓ ଜୁସ୍‌ ଦୋକାନକୁ ମିଶାଇ ୫ଜଣ ଦୋକାନ ଖୋଲିଥିଲେ । ସେଠାରେ ଜନଗହଳୀ ହେଉଥିବା ଖବର ପାଇ ଉକ୍ତ ସ୍ଥାନରେ ଡେଲାଙ୍ଗ ପୁଲିସ ଚଢଉ କରିଥିଲା ଏବଂ ୫ଜଣ ଅମାନିଆଙ୍କ ଦୋକାନ ସିଲ୍‌ କରିଥିବା ଜଣାପଡିଛି । ତତ୍‌ ସହିତ କୋଭିଡ୍‌ ନିୟମ ଉଲ୍ଲଘନ କରି ଦୋକାନ ଖୋଲିଥିବାରୁ ସେମାନଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.