ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କୁ କରୋନା : ୩ ଦିନ ପାଇଁ ବନ୍ଦ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ଆଗଧାଡ଼ିର ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହେଉଥିବା ଦେଖାଯାଇଛି। ଏଭଳି ସ୍ଥଳେ କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପ୍ରବେଶ କରିଛି କରୋନା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡ଼ାକ୍ତର କରୋନା ସଂକ୍ରମିିତ ଚିହ୍ନଟ ପରେ ସଂପୂର୍ଣ୍ଣଭାବେ ଡ଼ାକ୍ତରଖାନା ପରିସରକୁ ସାନିଟାଇଜ କରିବା ସହିତ ତିନିଦିନ ପାଇଁ ଡ଼ାକ୍ତରଖାନାକୁ ବନ୍ଦ ଘୋଷଣା କରାଯାଇଛି । ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ଅନେକ ଅଞ୍ଚଳର ବିିଭିନ୍ନ ପ୍ରକାରେ ରୋଗୀ ସଂପୂର୍ଣ୍ଣଭାବେ ନିର୍ଭର କରୁଥିବା ବେଳେ ଏଠାରେ ଥିବା ଡ଼ାକ୍ତରମାନେ ମଧ୍ୟ ଦିନରାତି ରୋଗୀଙ୍କ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଉଛନ୍ତି । ଅନେକ ରୋଗୀ ମଧ୍ୟ ମେଡ଼ିକାଲ୍ ସମୟ ବାହାରେ ଆସୁଥିବା ବେଳେ ସିଧା ଡ଼ାକ୍ତରମାନଙ୍କ ବାସଭବନରେ ପହଞ୍ଚି ଚିକିତ୍ସା ପାଇଁ ଅନୁରୋଧ କରୁଛନ୍ତି, ଡ଼ାକ୍ତରମାନେ ମଧ୍ୟ କଥା କାଟି ନପାରି ଚିକିତ୍ସା କରୁଛନ୍ତି । ତେବେ ଏଭଳି ସମୟରେ ଜଣେ ଡ଼ାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ ଅନ୍ୟ ଡ଼ାକ୍ତର ଓ କର୍ମଚାରୀମାନେ ସଂପୂର୍ଣ୍ଣଭାବେ ସୁରକ୍ଷିତ ଥିବା ପ୍ରକାଶ । ତେବେ ଆଜି ପଜିଟିଭ୍ ଚିହ୍ନଟପରେ ୩ ଦିନ ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ବନ୍ଦ ଘୋଷଣା କରାଯାଇଥିବା ମେଡ଼ିକାଲ୍ ଇନଚାର୍ଜ ଡ଼ାକ୍ତର ନିମାଇଁ ଚରଣ ବିଶି ସୂଚନା ଦେଇଛନ୍ତି । ତେବେ ଏଥିରେ ସାଧାରଣ ଜନତା କୌଣସି ପ୍ରକର ଭୟଭିତ ହେବାର ଆବଶ୍ୟକ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.