କରାତଳି ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ : ବାହ୍ୟ ପ୍ରବାସୀ ଗାଁରେ ପଶି ଭିକ୍ଷା ମାଗୁଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବିପୁଲିଙ୍ଗୀ ଗ୍ରାମପଞ୍ଚାୟତର କରାତଳି ଗ୍ରାମରେ ୩୦ରୁ ଉର୍ଦ୍ଧ ଲୋକମାନେ ଅନ୍ୟ ରାଜ୍ୟରୁ ଆସି ଭିକ୍ଷା ବୃତ୍ତି କରିବା ଘଟଣା ଏ ଅଞ୍ଚଳରେ ଏକ ପ୍ରକାର ଆଲୋଡନ ସୃଷ୍ଟି କରିଛି । ଯାହାକି, ବିହାର, ଝାରଖଣ୍ଡ ଭଳି ରାଜ୍ୟରୁ ଆସି କରାତଳି ଗ୍ରାମରେ ଭିକ୍ଷା ମାଗି ଘୁରି ବୁଲୁଛନ୍ତି । ଗ୍ରାମବାସୀଙ୍କ କହିବା ମୁତାବକ ୧୦୦ରୁ ଉର୍ଦ୍ଧ ଲୋକ ଆସିଥିବା ଆଶଙ୍କା କରାଯାଉଛି । ଏଠାକୁ ଆସିବାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ତେଣୁ ସ୍ଥାନୀୟ ସରପଞ୍ଚ ଟି.ନରସିଂହ ରେଡ୍ଡୀ ଏହା ଉପରେ ଦୃଷ୍ଟି ରଖିଛନ୍ତି ଏବଂ ଜିଲ୍ଲାପାଳ, ତହସିଲଦାର, ଗୋଷ୍ଠି ଉନୟନ ଅଧିକାରୀ, ଛତ୍ରପୁର ଥାନା ଅଧିକାରୀଙ୍କୁ ସୂଚନା ଦେଇଥିବା ସେ କହିଛନ୍ତି । ଏହିପରି ମହାମାରୀ ସମୟ ଦେଇ ଗତି କରୁଥିଲା ବେଳେ, ହଠାତ୍ ବାହାର ରାଜ୍ୟର ଲୋକମାନେ ଆସି ଏଠିସେଠି ଘୁରି ବୁଲିବା, ସ୍ଥାନୀୟ ଜନସାଧାରଣକୁ ବ୍ୟତିବ୍ୟସ୍ତ କରିବା ସହ ମନରେ କୋକୁଆ ଭୟ ସୃଷ୍ଟି କରିଛି । ଏହା ଉପରେ ଜିଲ୍ଲା ପ୍ରଶାସନ ହସ୍ତେକ୍ଷପ କରିବା ପାଇଁ ସରପଞ୍ଚ ଶ୍ରୀ ରେଡ୍ଡୀ ଏବଂ ଏହି ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.