oom

କେଶରୀୟା ହିନ୍ଦୁ ବାହିନୀ ଓଡିଶା ପ୍ରଦେଶର ନୂତନ ରାଜ୍ୟ ସଭାପତି ଭାବେ ସନ୍ତୋଷ କୁମାର ଭୋଳ ମନୋନୀତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କେଶରୀୟା ହିନ୍ଦୁ ବାହିନୀ ଓଡିଶା ପ୍ରଦେଶର ନୂତନ ରାଜ୍ୟ ସଭାପତି ଭାବେ ସନ୍ତୋଷ କୁମାର ଭୋଳ ମନୋନୀତ ହୋଇଛନ୍ତି । ଏହି ଅବସରରରେ ଶ୍ରୀ ଭୋଳ କହିଛନ୍ତି ଯେ, କେଶରୀୟା ହିନ୍ଦୁ ବାହିନୀ ସଂସ୍ଥାପକ ଅତୁଲ ମିଶ୍ର, ରାଷ୍ଟୀୟ ଅଧକ୍ଷ ଅଞ୍ଜୁ ସିଂ ଶିଖରୱାର, ରାଷ୍ଟ୍ରୀୟ କୋର କମିଟି ଅଧକ୍ଷ ସଂସ୍କୃତି ସିଂ, ରାଷ୍ଟ୍ରୀୟ ସଂପାଦକ ଦିଲ୍ଲୀପ ଦାସ, ଓଡ଼ିଶା ପ୍ରଦେଶ କୋର କମିଟିର ସମସ୍ତ ସଦସ୍ୟ, ପ୍ରଦେଶ ମୁଖ୍ୟ ମୋର୍ଚ୍ଚାର ସମସ୍ତ ପଦାଧିକାରୀ, ପ୍ରଦେଶ ମହିଳା ମୋର୍ଚ୍ଚାର ସମସ୍ତ ପଦାଧିକାରୀ, ପ୍ରଦେଶ ଯୁବ ମୋର୍ଚ୍ଚାର ସମସ୍ତ ପଦାଧିକାରୀ, ଓଡିଶା ପ୍ରଦେଶର ସମସ୍ତ ଜିଲ୍ଲାର ଅଧ୍ୟକ୍ଷ ଏବଂ ପଦାଧିକାରୀ ଓ ପ୍ରଦେଶର ସମସ୍ତ କାର୍ୟ୍ୟକର୍ତ୍ତା ମାନଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଅଛି । ଆପଣ ମାନେ ମୋ ଉପରେ ଯେଉଁ ଆଶା ଓ ବିଶ୍ୱାସ ରଖି ଏତେ ବଡ଼ ଗୁରୁ ଦାଇତ୍ୱ ଦେଇଛନ୍ତି ମୁଁ ସୁଚାରୁରୂପେ ତୁଲାଇବି ବୋଲି ଆଶା ରଖିଛି ଓ ସମସ୍ତଙ୍କୁ ଭରସା ଦେଉଛି । ଆଗାମୀ ଦିନରେ ପ୍ରଦେଶର ସମସ୍ତ ଜିଲ୍ଲାରେ ବାକି ରହିଯାଇଥିବା ପଦ ଗୁଡିକ କିପରି ଶୀଘ୍ର ପୂରଣ କରାଯାଇପାରିବ ସେଥି ପ୍ରତି ଉଚିତ ପଦକ୍ଷେପ ନେବା ସହ ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ କେଶରୀୟା ପରିବାର ସହ କିପରି ହିନ୍ଦୁ ଭାଇ ମାନଙ୍କୁ ଯୋଡ଼ା ଯାଇ ପାରିବ ତା ପ୍ରତି ମୁଁ ବିଶେଷ ଧ୍ୟାନ ଦେବି । ଆଗାମୀ ଦିନରେ ପ୍ରଦେଶର ସମସ୍ତ ଜିଲ୍ଲାରେ ବାକି ରହିଯାଇଥିବା ପଦ ଗୁଡିକ କିପରି ଶୀଘ୍ର ପୂରଣ କରାଯାଇପାରିବ ସେଥି ପ୍ରତି ଉଚିତ ପଦକ୍ଷେପ ନେବା ସହ ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ କେଶରୀୟା ପରିବାର ସହ କିପରି ହିନ୍ଦୁ ଭାଇମାନଙ୍କୁ ଯୋଡ଼ା ଯାଇ ପାରିବ ତା ପ୍ରତି ମୁଁ ବିଶେଷ ଧ୍ୟାନ ଦେବି । ବିଗତ ୧୦ ମାସ ଧରି କେଶରୀୟା ହିନ୍ଦୁ ବାହିନୀର ପ୍ରଥମେ ଜିଲ୍ଲା ସଭାପତି ଓ ପରେ ପ୍ରଦେଶ ମହାମନ୍ତ୍ରୀ ହୋଇ ହିନ୍ଦୁ ସମାଜ ପାଇଁ କିଛି କାର୍ଯ୍ୟ କରିବା ପାଇଁ କେଶରୀୟା ହିନ୍ଦୁ ବାହିନୀ ଯେଉଁ ସୁଯୋଗ ଦେଇଛି ସେଥିପାଇଁ ମଧ୍ୟ ମୁଁ ରାଷ୍ଟ୍ରୀୟ ଓ ପ୍ରଦେଶ ସ୍ତରର ସମସ୍ତ କେଶରୀୟା ପରିବାର ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ନିଜକୁ ଗର୍ବିତ ମନେ କରୁଛି ।

jittmm
Leave A Reply

Your email address will not be published.