କେଶରୀୟା ହିନ୍ଦୁ ବାହିନୀ ତରଫରୁ ରୋଗୀଙ୍କ ସହାୟକମାନଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ ସ୍ଥାନୀୟ ଭୀମ ଭୋଇ ମେଡିକାଲ୍ କଲେଜ ହସ୍ପିଟାଲ ଠାରେ ରୋଗୀଙ୍କ ସହାୟକମାନଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ କରାଯାଇଛି । ରବିବାର ଦିନ ଲକ୍ ଡାଉନ ସହିତ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ଲୋକେ ଖାଇବାକୁ ନପାଇ ହଇରାଣ ହେଉଛନ୍ତି । ଏହି ଘଡିସନ୍ଦି ମୁହୂର୍ତ୍ତରେ ଲୋକଙ୍କ ସେବା କରିବା ଆମ ସଂଗଠନର ମୂଳ କର୍ତ୍ତବ୍ୟ । ଆଜିଠାରୁ ଲକ୍ଡ଼ାଉନ ଥିବା ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ଦୁଇ ବେଳା ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯିବ ଏବଂ ଆହୁରି ବିଭିନ୍ନ ପ୍ରକାରର ସେବା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ମହାମନ୍ତ୍ରୀ ଶ୍ରୀ ଭୋଳ କହିଛନ୍ତି । ତେବେ ଏହି କାର୍ଯ୍ରକ୍ରମରେ କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ ଭୋଳ, ଜିଲ୍ଲା ସଭାପତି ପ୍ରଦୀପ ତ୍ରିପାଠୀ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ର, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ବଦ୍ରିନାଥ ହୋତା, ସମ୍ଭୁ ସୁନା, ରାଜୁ ନାୟକ, କବି ସାହୁ ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.