ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱମହାମାରୀ କରୋନାର ଦ୍ୱିତୀୟ ଲହରୀରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ନେଇ ଡେଲାଙ୍ଗ ବ୍ଲକରେ ବୁଧବାର ଠାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରସାଶନ ସମଗ୍ର ଅଚଂଳରେ ତାଲାବନ୍ଦକୁ କଡାକଡି କରିଛି । ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ପନିପରିବା, ତେଜରାତି, ଓøଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକନ ଖୋଲା ରହିଥିଲା । ବଜାର ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ହଠାତ୍ ଆଳୁ ,ପିଆଜ ବଜରାରୁ ଉଭାନ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରିଥିଲେ । ୧୨ଟା ପରେ ବଜାର, ଗାଁ ଗଣ୍ଡା ରାସ୍ତା ଶୂନଶାନ ହୋଇଯାଇଥିଲା । ଡେଲାଙ୍ଗ ପୋଲିସ ପକ୍ଷରୁ ପେଟ୍ରୋଲିଂକୁ ଜୋରଦାର କରିବା ସହ ଅମାନିଆଙ୍କ ଠାରୁ ଜୋରିମାନ ଆଦାୟ କରାଯାଉଛି । ସାମାଜିକ ଦୂରତା ବଜାୟ ରଖିବା, ମୁହଁରେ ମାକ୍ସ ପିନ୍ଧିବା, ସାବୁନ ଓ ସାନିଟାଇଜରେ ହାତକୁ ବାରମ୍ବାର ସଫା କରିବା, ଅଯଥାରେ କେହି ବାହାରକୁ ନଯିବା ପାଇଁ ଲୋକଙ୍କୁ କୋଭିଡ କଟକଣା ସର୍ମ୍ପକରେ ସଚେତନତା କରାଯାଇଛି । ଡେଲାଙ୍ଗ ପ୍ରଶାସନ ତହସିଲଦାର ମହେନ୍ଦ୍ର କୁମାର ବଢେଇ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ ସଶସ୍ତ୍ର ପୋଲିସ କର୍ମଚାରୀଙ୍କ ସହ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛନ୍ତି ।
Prev Post