କର୍ଲାମୁଣ୍ଡା ପ୍ରେସ କ୍ଲବର ସମସ୍ତ ସାମ୍ବାଦିକଙ୍କୁ ଦିଆଗଲା କରୋନା ଭେକସିନ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଓଡିଶା ସରକାରଙ୍କ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ସମ୍ପ୍ରତି ସରକାର କରୋନା ଯୋଦ୍ଧା ଘୋଷଣା କରିବା ସହ ଅଗ୍ରାଧିକାର ଭିତ୍ତିରେ ଭେକସିନ ଦେବାକୁ ନିର୍ଦେଶ ଦେଇଛନ୍ତି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସିଡିଏମଓଙ୍କୁ ଚିଠି କରିବା ପରେ ସିଡିଏମ୍‌ଓ ବ୍ଲକ ମେଡିକାଲ ଅଫିସରଙ୍କୁ ଚିଠି କରି ଏହି ବ୍ଲକର ଆଠ ଜଣ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଭେକସିନ ଦେବାକୁ ନିର୍ଦେଶ ଦେଇଛନ୍ତି । ଫଳରେ ପ୍ରେସ କ୍ଲବର ସମସ୍ତ ୭ ଜଣ ସାମ୍ବାଦିକ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେବା ସହ ଆଜି ବାକି ଥିବା ସାମ୍ବାଦିକ ଭେକସିନ ନେଇଛନ୍ତି । ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, ସମ୍ପାଦକ ପ୍ରଦୀପ ସାହୁ, ସଂଗଠନ ସମ୍ପାଦକ ଭଜଶ୍ୟାମ ସାହୁ, ଉପସଭାପତି ଯୁବରାଜ ସାହୁ, ସହସମ୍ପାଦକ ସତ୍ୟନାରାୟଣ କୁମାର, କୋଷାଧକ୍ଷ ସୌମ୍ୟ ରଞ୍ଜନ ତ୍ରିପାଠୀ, ମୁଖ୍ୟ ଉପଦେଷ୍ଟା କମ୍ବୁପାଣି ସାହୁ ପ୍ରମୁଖ ସମସ୍ତ ପ୍ରେସ କ୍ଲବ ସଦସ୍ୟ ଭେକସିନ ନେଇଛନ୍ତି । ଏଥିପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ରାଜ୍ୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛି ପ୍ରେସ କ୍ଲବ ।

jittmm
Leave A Reply

Your email address will not be published.