jayashree

ଅକ୍‌ସିଜେନ୍‌ ଅଭାବ ହେତୁ ଜଣେ ଡାକ୍ତରଙ୍କ ସମେତ ଦିଲ୍ଲୀର ବତ୍ରା ହସ୍ପିଟାଲରେ ୧୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ରାଜଧାନୀର ବତ୍ରା ହସ୍ପିଟାଲରେ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ବିଭାଗର ମୁଖ୍ୟଙ୍କ ସମେତ ୧୨ ଜଣ କରୋନା ସଂକ୍ରମିତ ରୋଗୀଙ୍କର ଅକ୍‌ସିଜେନ୍‌ ଅଭାବ ହେତୁ ଶନିବାର ମୃତ୍ୟୁ ଘଟିଛି । ବତ୍ରା ହସ୍ପିଟାଲର ଚେୟାରମ୍ୟାନ୍ ଡକ୍ଟର ଏସ୍.ଏଲ୍. ଗୁପ୍ତା ଏହି ସୂଚନା ଦେଇଛନ୍ତି ।

ଅନ୍ୟ ପାଞ୍ଚଜଣ ଗୁରୁତର ରୋଗୀଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି ଡାକ୍ତର ଏସ.ଏଲ. ଗୁପ୍ତା ସୂଚନା ଦେଇଛନ୍ତି । ଗତ ସପ୍ତାହରେ ରାଜଧାନୀର ବିଭିନ୍ନ ଡାକ୍ତରଖାନା ଏକ ଏସ୍‌ଓଏସ୍‌ ଜାରି କରି କହିଥିଲେ ଯେ, ଅମ୍ଳଜାନ ଯୋଗାଣ ଶେଷ ହୋଇଯାଉଛି । ଦିଲ୍ଲୀ ସରକାର ମଧ୍ୟ କ୍ରମାଗତ ଭାବରେ କହୁଛନ୍ତି ଯେ, ଏହାର ଅଂଶରୁ ଅମ୍ଳଜାନ ମିଳୁନାହିଁ ।

ଦିଲ୍ଲୀ ହାଇକୋର୍ଟ ବତ୍ରା ହସ୍ପିଟାଲ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, କେନ୍ଦ୍ରକୁ ଅମ୍ଳଜାନ ବ୍ୟବସ୍ଥା କରିବାକୁ ପଡିବ । ଅମ୍ଳଜାନ ଦେବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି । କୋର୍ଟ କହିଛନ୍ତି ଯେ, କେନ୍ଦ୍ର ସରକାର ଆଜି ଦିଲ୍ଲୀକୁ ୪୯୦ ମେଟ୍ରିକ୍ ଟନ୍ ଅମ୍ଳଜାନ ଦେବା ଉଚିତ୍ । କେନ୍ଦ୍ରକୁ ଅମ୍ଳଜାନ ବ୍ୟବସ୍ଥା କରିବାକୁ ପଡିବ ।

Leave A Reply

Your email address will not be published.