ଓଡିଶା ପ୍ରସିଦ୍ଧ ଦୟଣାଚୋରୀ ମେଳନ ଯାତ୍ରା କୋଭିଡ କଟକଣା ପାଇଁ ସ୍ଥଗିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରୀ ପର୍ବ ଅନୁରୂପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଲାର ସର୍ବବୃହତମ ଗ୍ରାମ ଘୋରଡିଆର ଆରାଧ୍ୟ ଠାକୁର ଶ୍ରୀରାଧାକାନ୍ତ ଦେବ ଓ ଶ୍ରୀରାଧାମୋହନଦେବଙ୍କ ଓଡିଶା ପ୍ରସିଦ୍ଧ ଦୟଣାଚୋରୀ ଯାତ୍ରା ଜମାଣ ଶ୍ରୀ ବିଷ୍ଣୁଦମନକ ଚତୁର୍ଦ୍ଦଶୀ ରବିବାର ଜମିବାର ଥିଲା । କିନ୍ତୁ ବିଶ୍ୱ ମହାମାରୀ ଭୟାନକ କରୋନା ଭୁତାଣୁର ଦ୍ୱିତୀୟ ଲହରୀକୁ ମୁକାବିଲା ପାଇଁ ଜନସାଧାରଣଙ୍କୁ ଭୂତାଣୁ ସଂକ୍ରମଣରୁ ସୁରକ୍ଷା ନେଇ ସାମାଜିକ ଦୂରତା ରକ୍ଷା ପୂର୍ବକ ସଚେତନତା ଅବଲମ୍ବନ ନିମନ୍ତେ ସମଗ୍ର ଦେଶ, ରାଜ୍ୟରେ କୋଭିଡ କଟକଣା ଜାରୀ କରାଯାଇଛି । ଜନସମାଗମ ଭିଡକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ପର୍ବପର୍ବାଣୀ ଉପରେ ରୋକ ଲାଗିଛି । ଏହି ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦୟଣାଚୋରୀ ମେଳନ ଉତ୍ସବକୁ ସ୍ଥଗିତ ରଖାଯାଇଛି । କେବଳ ବିଧିରକ୍ଷା ପାଇଁ ଠାକୁରଙ୍କ ନୀତିକାନ୍ତ କରାଯିବ ।

Leave A Reply

Your email address will not be published.