ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବରିଷ୍ଠ ନେତା ବଳରାମ ସାହୁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ସୁରେଶ ପୂଜାରୀଙ୍କ ଅନୁମୋଦନ କ୍ରମେ ଆଜି ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ଭାବେ ବରିଷ୍ଠ ନେତା ବଳରାମ ସାହୁଙ୍କୁ ମନୋନୀତ କରିଛନ୍ତି । ତାଙ୍କର ମନୋନୀତ ପାଇଁ ସାଂସଦ ସୁରେଶ ପୂଜାରୀ, ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ପୂର୍ବରୁ ଶ୍ରୀ ସାହୁ ବିଜେଡି ଦଳ ପାଇକମାଲ ବ୍ଲକ ସଭାପତି ୨୫ ବର୍ଷ, ଦୁଇ ଥର ଜିଲ୍ଲା ପରିଷଦ ସଭ୍ୟ, ପାଇକମାଲ ସେବା ସମବାୟ ସମିତି ଲିଃ ସଭାପତି ୩ ଥର, କୋଛଦାଦର ଗ୍ରାମ ପଞ୍ଚାୟତ ସରପଞ୍ଚ ଭାବେ ନିର୍ବାଚିତ ହୋଇ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ବିଜେପିରେ ତୃଣମୂଳସ୍ତରରେ ସଂଗଠନକୁ ସଦୃଢ କରିବାକୁ ଆହ୍ୱାନ କରିଥିଲେ । ଶ୍ରୀ ସାହୁ ଅଞ୍ଚଳବାସୀ ତଥା ବିଜେପି ଦଳ ସମସ୍ତ କର୍ମକର୍ତ୍ତା ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଞ୍ଚଳ ବିକାଶ ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

Leave A Reply

Your email address will not be published.