ରାଜସ୍ୱ ନିରୀକ୍ଷକଙ୍କ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ବୌଦ୍ଧ, (ମମତା ମହାକୁର) : ଚଳିତ ରବି ଋତୁରେ ଚାଷୀ ଧାନ ପଂଜିକରଣ କାର୍ଯ୍ୟରେ ଆବଶ୍ୟକ ରିପୋର୍ଟ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଘଣ୍ଟାପଡା ରାଜସ୍ୱ ନୀରିକ୍ଷକଙ୍କ ଅବହେଳା ଯୋଗୁଁ ଉମା ଓ କୁଲୁତାଜୋର୍ ସେବା ସମବାୟ ସମିତିର ୨୮ ଜଣ ଚାଷୀଙ୍କ ୫୯ ଟି ପ୍ଲଟ ପଂଜିକରଣ ହୋଇ ପାରିନଥିଲା । ନିୟମ ଅନୁଯାୟୀ ଚାଷୀ ମାନେ ଧାନ ପଂଜିକରଣ ପାଇଁ ଆବେଦନ କରିବା ପରେ ସମିତିର ସମ୍ପାଦକ, ସ୍ଥାନୀୟ କୃଷି ଗ୍ରାମ ସେବକ ଓ ରାଜସ୍ୱ ନରୀକ୍ଷକ ମିଳିତ ଭାବେ ତଦନ୍ତ କରିବା ନିୟମ ରହିଥିବା ବେଳେ ଘଣ୍ଟାପଡା ରାଜସ୍ୱ ନିରୀକ୍ଷକ ଏ କାର୍ୟ୍ୟରେ ସହଯୋଗ କରି ନଥିଲେ ଫଳରେ ୨୮ ଜଣ ଚାଷୀଙ୍କ ଧାନ ପଂଜିକରଣ ହୋଇ ପାରିନଥିଲା । ଏ ସମ୍ପର୍କରେ ଅଭିଯୋଗ ଆସିବା ପରେ ସମବାୟ ସମିତିର ସହକାରୀ ନିବନ୍ଧକ ଓ ଜିଲ୍ଲା ଯୋଗାଣ ଅଧିକାରୀ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ତଦନ୍ତ ପରେ ରାଜସ୍ୱ ନିରୀକ୍ଷକ ଅବହେଳା ପ୍ରଦର୍ଶନ କରିଥିବା ଜଣା ପଡିବା ଫଳରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ କଣ୍ଟାମାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । କଣ୍ଟାମାଳ ତହସିଲଦାର ରାଜସ୍ୱ ନରୀକ୍ଷକଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାକୁ ଚାଷୀମାନେ ଅପେକ୍ଷା କରି ରହିଛନ୍ତି । ଘଣ୍ଟାପଡା ରାଜସ୍ୱ ନିରୀକ୍ଷକଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ନେବାର ଚର୍ଚ୍ଚା ଦେଖି ଏବେ ବିଭିନ୍ନ ରାଜସ୍ୱ ନିରୀକ୍ଷକ ଏଭଳି କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.