jsm

ଆମେରିକାର ଚୀନ୍‌ ବିରୋଧୀ ପଦକ୍ଷେପ : ଚୀନ୍‌ ଛାତ୍ରଛାତ୍ରୀଙ୍କ ଭିସା ବାତିଲ୍‌

csstore

ନୂଆଦିଲ୍ଲୀ : ଆମେରିକାର ଚୀନ୍‌ ବିରୋଧ ପଦକ୍ଷେପ ପୁଣି ସାମ୍ନାକୁ ଆସିଛି । ହଜାରେରୁ ଊଦ୍ଧ୍ୱର୍ ଚୀନ୍‌ର ଛାତ୍ରଛାତ୍ରୀଙ୍କ ଭିସା ବାତିଲ୍‌ କରିଦେଇଛି । ତେବେ ସୂଚନା ଅନୁସାରେ ସ୍ନାତକ ଛାତ୍ର ଏବଂ ଗବେଷକ ଛାତ୍ରମାନେ ଭିସା ବାତିଲ୍‌ର ସମ୍ମୁଖୀନ ହୋଇଛନ୍ତି । କାର୍ଯ୍ୟକାରୀ ଗୃହମନ୍ତ୍ରୀ ଚାଡର଼୍ ୱଲଫ୍‌ ଏ ବିଷୟରେ ସୂଚନା ଦେଇ କହିଛନ୍ତି, ଚୀନ୍‌ର ଗୁପ୍ତଚର ବିଭାଗ ବା ପିପୁଲ୍ସ ଲିବରେସନ୍‌ ଆର୍ମି ସହ ସଂପୃକ୍ତ ଚୀନ୍‌ର ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଙ୍କ ନିମନ୍ତେ ଭିସା ପ୍ରତ୍ୟାହାର କରିବାର ଏକ ମାସ ପୁରାତନ ପ୍ରସ୍ତାବ ସଂପର୍କରେ ବିଚାର କରି ଆମେରିକା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସେମାନେ ଗୁପ୍ତ ତଥ୍ୟ ଚୋରି କରିବା ଭଳି ବିପଦ ସୃଷ୍ଟି କରିପାରନ୍ତି ବୋଲି ଆମେରିକା ପକ୍ଷରୁ ସଂଦେହ କରାଯାଇଥିଲା ।

yuvodaya
Leave A Reply

Your email address will not be published.