csstore

ଛତ୍ରପୁରରେ ଆଷ୍ଟ୍ରୋଲୋଜି ହବ୍ କେନ୍ଦ୍ର ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁର ସହରର କୋର୍ଟ ଷ୍ଟେସନ ସାହିରେ ଆଷ୍ଟ୍ରୋ-ହବ ତଥା ଜ୍ୟୋତିଷ ଗବେଷଣା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଯୁବ ଜ୍ୟୋତିର୍ବିଦ ଦୀପକ କୁମାର ଦାଶଙ୍କ ପରିଚାଳିତ ଏହି କେନ୍ଦ୍ରକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେ‌ଡୀ, ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଆଇନ ପରାମର୍ଶଦାତା ବି. ଶ୍ରୀନିବାସ, ଶିକ୍ଷାବିତ ଶ୍ରୀକାନ୍ତ ମହାନ୍ତି, କର୍ମକାଣ୍ଡ ବିଭୂଷଣ ଜୋତିଷରତ୍ନ ସରୋଜ କୁମାର ଶତପଥୀ, ସର‌ସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆର୍ଚର୍ୟ୍ୟ ରବିନ୍ଦ୍ରନାଥ ଦାଶ, ନୃତ୍ୟଗୁରୁ ପୂର୍ଣ୍ଣଞ୍ଜୟ ଜେନା, ସାମ୍ବାଦିକ ରବିନ୍ଦ୍ର ପଣ୍ଡା, ପ୍ରଶାନ୍ତ ମହାରଣା, ଅଶୋକ ବେହେରା, ଯୁବ ବିଜେଡି ନେତା ଅଟଳ ବିହାରୀ ପଟ୍ଟନାୟକ, ଗୁପ୍ତ ପ୍ରସାଦ ପଣ୍ଡା ପୂର୍ବତନ କାଉନସିଲର ବୁଲୁ ବେହେରା ଓ ବାଦଲ ପାଣ୍ଡି ଓ କେନ୍ଦ୍ରର ପ୍ରତିଷ୍ଠାତା ପ୍ରମୋଦ ଦାଶ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଉଦଘାଟନୀ ସମାରୋହରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.