oom

ସାଗୁନଭାଡିରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ସମ୍ମିଳନୀ : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଯାଦବମାନେ ପ୍ରତିନିଧିତ୍ୱ କରିବା ପାଇଁ ଆହ୍ୱାନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଂଚାୟତ ସାଗୁନଭାଡି ଗ୍ରାମର ଆମ୍ବତୋଟା ଠାରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଚଣ୍ଡୀ ସମଲେଇଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ସଭାପତି ରାଧେଶ୍ୟାମ କେତକୀ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ପରମାନନ୍ଦ ହାତୀ, ସମ୍ମାନୀୟ ଅତିଥି ଭାବେ ସମାଜକର୍ମୀ ପୁରନ୍ଦର ବାଗ, କୁଣ୍ଡାବୁଟୁଲା ପଂଚାୟତ ସଭାପତି ଘାସିରାମ ତେଜୀ, ଜାମଖୁଣ୍ଟା ସଭାପତି କୁରୁପତି ହଂସ, ଚାନ୍ଦୋତରା ସଭାପତି ରାମଚନ୍ଦ୍ର ମଟାରୀ, ଅର୍ଶାତୁଲା ସଭାପତି ପାର୍ଥ ଭାଟି, ଅଲଣ୍ଡା ସଭାପତି ପକ୍ଷୀରାଜ ବଗର୍ତ୍ତୀ, ଝରିଆଲ ସଭାପତି ତପିମଣୀ ଭରାସଗ୍ରିଆ, ମୁଣ୍ଡପଦର ପଂଚାୟତ ସଭାପତି ହୁଲେଶ୍ୱର ଠେଲା, ଖଇରା ସଭାପତି ଘନଶ୍ୟାମ ଜାଲ, ଭାଲୁମୁଣ୍ଡା ସଭାପତି ସୁଶାନ୍ତ ଠେଲା, ଦେଢଗାଁ ସଭାପତି ଲଲିତ ମୋହନ ଥପା, ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ ମହାସଭାର ସଭାପତି ଘନଶ୍ୟାମ ମନହୀରା, ଉପଦେଷ୍ଟା ଦେବକୁମାର ବଚ୍ଛା, ବ୍ଲକ ସହ ସମ୍ପାଦକ କ୍ଷୀର ବଚ୍ଛା, ଜୟଦେବ ସଗରିଆ, ପଙ୍କଜ ନାଗ, ଯୁବରାଜ ବନଛୋର, ବ୍ଲକ କୋଷାଧ୍ୟକ୍ଷ ଅଲେଖ ପ୍ରସାଦ ବାଗ, ଦିନବନ୍ଧୁ ଜାଲ, ଯଶୋବନ୍ତ ପୋଢ, ହୃଦାନନ୍ଦ ନାଗ, ଦୁର୍ଗା ବନଛୋର, ଧର୍ମୁ ହଂସ, ଅଭିମନ୍ୟୁ ବାଗ, ପ୍ରତାପ ଭାଟି, ଦେବାନନ୍ଦ ଠେଲା, ଇଶ୍ୱର ବନଛୋର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବ୍ଲକର ପ୍ରତ୍ୟେକ ପଂଚାୟତର ପୁନର୍ଗଠନ ପାଇଁ ତାରିଖ ଧାର୍ଯ୍ୟ କରାଗଲା, ବ୍ଲକ ଯାଦବ ମହାସଭା ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ପତି, ଯୁବ ଯାଦବ ମହାସଭାର ନୂତନ କର୍ମକର୍ତ୍ତା ଚୟନ ପାଇଁ ସ୍ଥିର କରାଗଲା, ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଯାଦବ ମାନଙ୍କୁ ଜନପ୍ରତିନିଧି କରିବା ପାଇଁ ନିଷ୍ପତି, ଯାଦବ ସମାଜର ଗରିବ ପୁଅ ଏବଂ ଝିଅମାନଙ୍କୁ ଶିକ୍ଷା କ୍ଷେତ୍ରରେ ସାହାର୍ଯ୍ୟ ପାଇଁ ନିଷ୍ପତି ନିଆଯାଇଥିବା ଜଣାପଡିଛି । ଅଲେଖ ପ୍ରସାଦ ବାଗ ସଭା ସଂଯୋଜନା କରିଥିଲେ । ଏଥିରେ ବଙ୍ଗୋମୁଣ୍ଡା ବ୍ଲକର ଶତାଧିକ ଯାଦବ ମାନେ ସାମିଲ ହୋଇଥିଲେ । ଶେଷରେ କ୍ଷୀର ବଚ୍ଛା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.