ବିଶ୍ଵ ସ୍ୱାସ୍ଥ୍ୟ କଲ୍ୟାଣ ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବିଶ୍ଵ ସ୍ୱାସ୍ଥ୍ୟ କଲ୍ୟାଣ ଦିବସ ଅବସରରେ ବରଗଡ ଜିଲ୍ଲାର ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପାଳିତ ହୋଇଯାଇଛି । ଏଥିରେ ଭେଡେନ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ସୁଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡାକ୍ତର ରୋଜୀ ପ୍ରଧାନ, ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମଞ୍ଜୁସା ମାଝୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ମାନେ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ବିଶେଷ ଭାବରେ କରୋନା ଷ୍ଟେନ୍ର ଦ୍ଵିତୀୟ ଲହର ଓ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ହୋଇଥିଲା । ଏହାସହିତ ଜନସାଧାରଣଙ୍କୁ କିପରି ମାକ୍ସ ପିନ୍ଧବା, ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାଇ ରଖିବା ପାଇଁ ଆଲୋଚନା କରାଯାଇଥିଲା । ଗାଁ କଲ୍ୟାଣ ସମିତି, ରୋଗୀ କଲ୍ୟାଣ ସମିତି, ଅଂଗନବାଡି କର୍ମୀ ଓ ଆଶା କର୍ମୀମାନେ କିପରି ଭାବରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ପ୍ରଚାର, ପ୍ରସାର କରାଯିବ ଆଲୋଚନା ହୋଇଥିଲା । ଏହାସହିତ ଭେଡେନ ବ୍ଲକର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରେମଣ୍ଡା, ଚିଚିଂଡା, ଧାତୁକପାଲି, ରେଶମ, ଗଣ୍ଡତୁରୁମ, ସିଆଲଖଡଥା, ତାଲମେଂଡା ଓ ଝରାପାଲି ସ୍ୱାସ୍ଥ୍ୟ ଉପ କେନ୍ଦ୍ର ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି ।

Leave A Reply

Your email address will not be published.