jsm

ଡଭା ସରପଞ୍ଚଙ୍କ ବିରୁଦ୍ଧରେ ୱାର୍ଡ ମେମ୍ବରମାନଙ୍କ ଅନଶନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡଭା ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଡଭା ସରପଞ୍ଚଙ୍କ ବିରୁଦ୍ଧରେ ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି। ଅଭିଯୋଗ ଅନୁଯାୟୀ ସରପଞ୍ଚ ନିଜ ମନମୁଖୀ କାର୍ୟ୍ୟ କରୁଥିବା ଏବଂ କୌଣସି ବି ୱାର୍ଡ ମେମ୍ବରଙ୍କର କଥାକୁ ଖାତିର କରୁ ନଥିବା, ଇଚ୍ଛା ମୁତାବକ ସଭା କରିଥିବା ଏବଂ ସଭା ବିଷୟରେ କାହାକୁ ବି ଜଣାଉ ନଥିବା, କୌଣସି ବିକାଶ ମୂଳକ କାର୍ୟ୍ୟ ପ୍ରତି ଧ୍ୟାନ ନଦେଉଥିବା ଆଦି ଅଭିଯୋଗ ନେଇ ୱାର୍ଡ ମେମ୍ବରମାନେ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ହେଲେ କୌଣସି ଫଳ ନ ମିଳିବାରୁ ଡଭା ପଞ୍ଚାୟତର ମୋଟ ୧୪ ଜଣ ୱାର୍ଡ ମେମ୍ବର ଅନଶନରେ ବସିଛନ୍ତି ।

ସରପଞ୍ଚ ଦଶରଥ ବରିହାଙ୍କୁ ବହିଷ୍କାର ଦାବୀ ନେଇ ଅନଶନରେ ବସିବା ସହ ଶୀଘ୍ର କାର୍ୟ୍ୟାନୁଷ୍ଠାନ ଦାବୀ କରୁଛନ୍ତି ୱାର୍ଡ ମେମ୍ବରମାନେ । ଲେଖନ୍ତି ରଣା, ଗାୟତ୍ରୀ ରଣା, ଚନ୍ଦ୍ରକାନ୍ତି ସାହୁ, ବୃନ୍ଦାବତୀ ମାଝୀ, ସବିକା ସୁନା, ରିଖୀରାମ ନାଏକ, ହରିଚରଣ ସାହୁ, ରାମ ସାହୁ, ମନରଞ୍ଜନ ସାହୁ, ଯଦୁମଣି ବେହେରା, ସନ୍ତୋଷ ସିଦର, ତାପସ୍ୱିନୀ ସରଫ, ହେମବତୀ ସିଦର ପ୍ରମୁଖ ୧୪ ଜଣ ୱାର୍ଡ ମେମ୍ବର ଡଭା ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ସମସ୍ତ କରୋନା ନିୟମ ଅନୁଯାୟୀ ଅନଶନରେ ବସିଥିବା ବେଳେ ବର୍ତମାନ ସୁଦ୍ଧା କୌଣସି ଅଧିକାରୀ ଏମାନଙ୍କ ସହ ସମ୍ପର୍କ କରି ନ ଥିବାର କହିଛନ୍ତି ଅନଶନକାରୀ ୱାଡର଼୍ ମେମ୍ବର ସମୂହ ।

yuvodaya
Leave A Reply

Your email address will not be published.