ଆଜି ରାଜ୍ୟରେ ୫୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୩୩୫୮ ରହିଛି । ଆଜି ୫୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୩୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଲରୁ ୩୨, ବାଲେଶ୍ୱରରୁ ୧୧, ବରଗଡରୁ ୪୩, ଭଦ୍ରକୁ ୩, ବଲାଙ୍ଗିରରୁ ୨୦, ବୌଦ୍ଧରୁ ୧, କଟକରୁ ୨୮, ଦେବଗଡରୁ ୧, ଗଜପତିରୁ ୩, ଗଞ୍ଜାମରୁ ୮, ଜଗତସିଂହପୁରରୁ ୪, ଯାଜପୁରରୁ ୧୩, ଝାରସୁଗୁଡାରୁ ୩୯, କଳାହାଣ୍ଡିରୁ ୨୪, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୯୬, କୋରାପୁଟରୁ ୩, ମୟୁରଭଞ୍ଜରୁ ୧୩, ନବରଙ୍ଗପୁରରୁ ୩, ନୟାଗଡରୁ ୧, ନୂଆପଡାରୁ ୬୦, ପୁରୀରୁ ୧୬, ରାୟଗଡାରୁ ୧୬, ସମ୍ବଲପୁରରୁ ୨୧, ସୋନପୁରରୁ ୨, ସୁନ୍ଦରଗଡରୁ ୮୦ ଏବଂ ଷ୍ଟେଟପୁଲରୁ ୨୨ ଚିହ୍ନଟ ହୋଇଛନ୍ତି ।

jittmm
Leave A Reply

Your email address will not be published.