oom

କୋଭିଡ୍ ଯୋଦ୍ଧାଙ୍କ ସମ୍ମାନରେ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ

jsmm

ବଲାଙ୍ଗିରରେ ଯୋଗଦେଲେ ନରସିଂହ, ଟୁକୁନି ସାହୁ ଏବଂ ସରୋଜ ମେହେରଙ୍କ ସମେତ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀ
ବଲାଙ୍ଗିର, (କେପିଏନ୍ଏସ୍) : ସାରା ଦେଶ କେବିଡ୍ ବିରୁଦ୍ଧରେ ଲଢେଇ ଜାରି ରଖିଛି । ଏଥିରେ ଓଡିଶା ମଧ୍ୟ ପଛରେ ନାହିଁ । ଓଡିଶାର ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ, ସରକାରୀ ପ୍ରଶାସନିକ ଅଧିକାରୀ, କର୍ମ·ରୀ, ସମାଜସେବୀ ଓ ରାଜନେତାମାନଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ ଦିବା ରାତ୍ର ସେବା ଯୋଗୁଁ ଓଡିଶାରେ କୋଭିଡ୍ ମୃତ୍ୟୁ ସଂଖ୍ୟା ଏକ ପ୍ରକାର ନିରନ୍ତ୍ରଣରେ ଅଛି । ସାରା ଦେଶକୁ ଦେଖିଲେ ଓଡିଶାର ମୃତ୍ୟୁହାର ବହୁତ କମ୍ । ଏହି କ୍ରମରେ ଆଜି କୋଭିଡ୍ ଯୋଦ୍ଧାମାନଙ୍କ ସମ୍ମାନ ତଥା ଏହି ଯୁଦ୍ଧରେ ବଳିଦାନ ଦେଇଥିବା କିଛି କୋଭିଡ୍ ଯୋଦ୍ଧାଙ୍କ ଉଦେ୍ଧଶ୍ୟରେ ଗୋଟିଏ ମିନିଟ ନୀରବ ପ୍ରାର୍ଥନା ତଥା ଏକ ଶପଥ ପାଠ କରାଯାଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଭିଡିଓ କନ୍ଫରେନ୍ସ ହଲ ରୁ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାରେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର, ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ, ପାଟଣାଗଡ ବିଧାୟକ ସରୋଜ ମେହେର ଏବଂ ଜିଲ୍ଲାପାଳ ଯୋଗଦେଇ ଏକ ମିନିଟ ନିରବ ପ୍ରାର୍ଥନା କରିବା ସହ ଏକ ଶପଥ ପତ୍ର ପାଠ କରିଥିଲେ । ସେମାନେ ଶପଥ କରିଥିଲେ ଯେ କୋଭିଡ୍ ଲଢେଇ ଆମ ସମସ୍ତଙ୍କର ଲଢେଇ, ମୁଁ ଶପଥ କରୁଛି ଯେ କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ପୁର୍ଣ୍ଣ ସହଯୋଗ ଏବଂ ସମ୍ମାନ ଦେବି । ଏହି ପ୍ରତିଟି ଲୋକଙ୍କ ଲଢେଇ ରେ ମୁଁ ବି ସାମିଲ, କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ମୁଁ ଉତ୍ସାହିତ କରିବି ଏବଂ ସେମାନଙ୍କ ବଳିଦାନକୁ ବ୍ୟର୍ଥ ଦେବିନାହିଁ, କୋଭିଡ୍ ନିୟମାବଳିକୁ ନିଜେ ପାଳନ କରିବି ଓ ଅନ୍ୟମାନଙ୍କୁ ସଚେତନ କରିବି, ଏହି ଲଢେଇକୁ ଆହୁରି ମଜବୁତ କରିବି, ମୁଁ ନିଜେ ଜିତିବି, ଓଡିଶା ଜିତିବ ଏବଂ ମାନବସମାଜ ଜିତିବ । ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିବା ଏହି ପ୍ରାର୍ଥନା ତଥା ଶପଥ ପାଠ ଉତ୍ସବରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମଧ୍ୟ ଉପସ୍ଥିତ ରହି ପ୍ରାର୍ଥନା କରିବା ସହ ଶପଥପାଠ କରିଥିଲେ ।

jittmm
Leave A Reply

Your email address will not be published.