ବିରଳ ରକ୍ତ (ଓ ନେଗେଟିଭ) ରକ୍ତଦାନ କରି ଜୀବନ ବଞ୍ଚାଇଲେ ଯୁବ ସ୍ଵେଚ୍ଛସେବୀ ନିତ୍ୟାନନ୍ଦ ଷଡ଼ଙ୍ଗୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ଯୁବ ସ୍ଵେଚ୍ଛାସବୀ ନିତ୍ୟାନନ୍ଦ ଷଡଙ୍ଗୀ ବୁଧବାର ଦିନ ଭୁବନେଶ୍ୱର ଏମସ ହସ୍ପିଟାଲକୁ ଯାଇ ଜଣେ ରୋଗୀଙ୍କୁ ବିରଳ ରକ୍ତବର୍ଗ (ଓ ନେଗେଟିଭ) ପ୍ଲାଟଲେଟ ଦାନ କରିଛନ୍ତି । ବୌଦ୍ଧ ଜିଲ୍ଲା ମାନେଶ୍ୱରର ମିନି ଦାଶଙ୍କୁ ସେ ଚାରି ଶହ କିଲୋମିଟର ଦୂରରୁ ଅର୍ଥାତ୍ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସାଳେପାଲି ଗାଁରୁ ଯାଇ ରକ୍ତଦାନ କରିଥିଲେ । ମିନିଙ୍କୁ ଓ ନେଗେଟିଭ ରକ୍ତ ଆବଶ୍ୟକ ବୋଲି ଫୋନ ଯୋଗେ ଜାଣିବା ପରେ ସେ ଯାଇ ରକ୍ତଦାନ କରିଥିବା ଜଣାପଡିଛି । ନିତ୍ୟାନନ୍ଦ ଆଗରୁ ମଧ୍ୟ ବୁର୍ଲା, ବଲାଙ୍ଗିର, ରକ୍ତ ଭଣ୍ଡାରରେ କୋଡିଏରୁ ଅଧିକ ଥର ରକ୍ତଦାନ କରି ଅନେକ ଅସହାୟଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇ ଆସିଛନ୍ତି ।

Leave A Reply

Your email address will not be published.