jsm

ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟରେ ଉତ୍କଳ ଦିବସ ସମାରୋହ ଏବଂ ୮୬ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ସମାରୋହ ପାଳିତ

csstore

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେ‌ଡ୍ଡୀ) : ଭାରତର ପ୍ରଥମ ବ୍ରିଟିଶ ସାମ୍ରାଜ୍ୟାଧୀନ ଜିଲ୍ଲା ହେଡକ୍ୱାର୍ଟର ତଥା ଓଡ଼ିଶାର ବୃହତ୍ତମ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ମହାସମାରୋହରେ ସ୍ୱତନ୍ତ୍ର ଉତ୍କଳ ଦିବସ ସମାରୋହ -୨୦୨୧ ଏବଂ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆଜି ପ୍ରଭାତରେ ସହରର ସଦର ଦପ୍ତରାଞ୍ଚଳର ରାସ୍ତା କଡ଼ ଏବଂ ମୁଖ୍ୟ ଛକ ଜାଗା ମାନଙ୍କରେ ସ୍ଥାପନା ହୋଇଥିବା ସମସ୍ତ ମହାପୁରୁଷଙ୍କୁ ତଥା ଉତ୍କଳର ବରପୁତ୍ରଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଅମୀୟକୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲା ଗ୍ରନ୍ଥାଗାରିକ ଅମିୟ କୁମାର ଧଳ, ଛତ୍ରପୁର ବାର କାଉନସିଲର କର୍ମକର୍ତ୍ତା ପ୍ରମୁଖ ଏହି ପ୍ରଭାତ କାଳୀନ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ । ଗଞ୍ଜାମ ପୋଲିସ ମୁଖ୍ୟାଳୟ ଛତ୍ରପୁର ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପୂର୍ବାହ୍ନରେ ସମାହିତ ହୋଇଯାଇଛି । ଗଞ୍ଜାମ ଏସ.ପି. ବ୍ରିଜେଶ କୁମାର ରାଏ ଯୋଗ ଦେଇ ସଂଗ୍ରାମୀ ପୋଲିସ ବାହିନୀର ଭୂମିକା ସମ୍ପର୍କରେ ଆଲୋକପାତ କରି ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ କୋରନାରେ ଆରୋଗ୍ୟ ଲାଭ କରିଥିବା ପୋଲିସ ଅଧିକାରୀ କର୍ମଚାରୀ ପ୍ଲାଜମା ଦାନ କରିଥିବା ଏବଂ ନିଜ କାର୍ୟ୍ୟରେ ଦକ୍ଷତା ପ୍ରତିପାଦନ କରିଥିବା ସହ ଜନମାନସରେ ଭୂୟସୀ ପ୍ରସଂଶା କରି ଶକ୍ତି ପ୍ରଦର୍ଶନ କରିଥିବା ସର୍ବମୋଟ ୧୨ ଜଣ ପୋଲିସ କନେଷ୍ଟବଲ, ହାବିଲଦାର, ଏପିଆର ଓ ପୋଲିସ ଅଧିକାରୀଙ୍କୁ ପୁରସ୍କାର, ବୃତ୍ତିନାମାରେ ଗଞ୍ଜାମ ଏସପି ସମ୍ମାନୀତ କରିଛନ୍ତି ।

yuvodaya
Leave A Reply

Your email address will not be published.