ସ୍ୱାଧିନତା ସଂଗ୍ରାମୀ ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କ ସହିଦ ଦିବସ ପାଳିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଗତ ମାର୍ଚ୍ଚ ୨୯ ତାରିଖରେ ସ୍ଥାନୀୟ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ ସଂଘ ଟିଟିଲାଗଡ ବ୍ଲକ ଦ୍ଵାରା ଭାରତ ମୁକ୍ତି ସଂଗ୍ରାମର ବିଖ୍ୟାତ ‌ସ୍ୱାଧିନତା ସଂଗ୍ରାମୀ କ୍ରାନ୍ତିକାରୀ ଆଦିବାସୀ ନେତା ଲକ୍ଷ୍ମଣଙ୍କର ୭୮ ତମ ସହିଦ ଦିବସ ପାଳିତ ହୋଇଯାଇଛି । ବ୍ଲକ ସଭାପତି ପଦ୍ମନ ପ୍ରଧାନିଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ ସଭାରେ ଆଦିବାସୀମାନେ ସହିଦ ଲକ୍ଷ୍ମଣ ନାୟକଙ୍କର ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ତା’ ପରେ ସହିଦ ଲକ୍ଷ୍ମଣ ନାୟକଙ୍କର ସ୍ମୃତିଚାରଣ କରି ଆଦିବାସୀ ମାନ‌ଙ୍କ ଉପରେ ଅକଥନୀୟ ଅତ୍ୟାଚାର, ଶୋଷଣ, ଦମନ, ଅନ୍ୟାୟ କରିଥିଲେ । ଇଂରେଜ ଅଧୀନରେ ଥିବା ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ ଓ ପୋଲିସ କର୍ମଚାରୀ ମାନେ ଆଦିବାସୀ ମାନ‌ଙ୍କ ଠାରୁ ଜମି, ଜଳ, ଜଙ୍ଗଲର ଖଜଣା ଅସୁଲୀ କରିଥିଲେ । ବେଡି ଖଟାଇ ଅତ୍ୟାଚାର କରିଥିଲେ ।

ଦିନକୁଦିନ ବ୍ରିଟିଶ ସରକାରଙ୍କ ଦମନଳିଲା ବୃଦ୍ଧି ହେଉଥିଲା । ବ୍ରିଟିଶ ଜୁଲୁମ୍ ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ଲକ୍ଷ୍ମଣ ନାୟକ କୋରାପୁଟର ଆଦିବାସୀ ମାନଙ୍କୁ ଏକତ୍ରିତ କରି ଲଢେଇ କଲେ । ସେ ‌ସ୍ୱାଧିନତା ସଂଗ୍ରାମର ଲୋକପ୍ରିୟ ନେତା ହେଲେ । ପରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ, ଅହିଂସା ଆନ୍ଦୋଳନ, ଭାରତଛାଡ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ୨୧ ଅଗଷ୍ଟ ୧୯୪୨ରେ ମାଥିଲି ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ । ଇଂରେଜମାନେ ଆନ୍ଦୋଳନକାରୀ ମାନ‌ଙ୍କ ଉପରେ ଗୁଳିଚାଳନା କରିଥିଲେ । ଦଙ୍ଗା, ହତ୍ୟା, କେଶରେ ଇଂରେଜମାନେ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରିଥିଲେ । ୨୯ ମାର୍ଚ୍ଚ ୧୯୪୩ରେ ବ୍ରହ୍ମପୁର ଜେଲରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦେଇଥିଲେ । ଆଜିର ଏହି ସଭାରେ ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାସଦା, ବ୍ଲକ ସହ ସମ୍ପାଦକ ସୁନିଲ କୁମାର ମାଝୀ, ବ୍ଲକ ସଭାପତି ପଦ୍ମନ୍ ପ୍ରାଧାନି, ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଜିଲ୍ଲା ସଂଗଠକ ଥବିର ପୁଝାରୀ, ବ୍ଲକ ସମ୍ପାଦକ ଖାସିରାମ ମାଝୀ, ପ୍ରଫୁଲ୍ଲ ପ୍ରାଧାନୀ, ମନୋଜ ମାଝୀ, ଝସକେତନ ପୁଝାରୀ, ହେମନ୍ତ ମାଝୀ, ଜଗନ୍ନାଥ ମାଝୀ, ଦେବସିଂ ମାଝୀ , ମାହେଶ୍ୱରୀ ମାଝୀ, ସାବିତ୍ରୀ ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.